ଆଞ୍ଚଳିକ ସ୍କୁଟି ଧକ୍କାରେ ବୃଦ୍ଧ ମୃତ Angul OnlineOctober 15, 2021October 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ କମାରଘାଇ ପୋଲ ନିକଟରେ ଏକ ସ୍କୁଟି ଧକ୍କାରେ ଆଜି(ଶୁକ୍ରବାର) ସକାଳ ୭ ଟା ବେଳେ ଜଣେ ବୃଦ୍ଧଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ପାତ୍ରପଡା ଗ୍ରାମର ୭୦ ବର୍ଷୀୟ ରାଜକିଶୋର ସାହୁ । ସୂଚନା ଅନୁସାରେ ପାତ୍ରପଡା ଗ୍ରାମର ରାଜକିଶୋର ସାହୁ ୫ ବର୍ଷ ହେବ ବସନ୍ତପୁର ପଞ୍ଚାୟତର ଚାଉଁରିଆପାଳ ଗାଁରେ ନିଜ ଝିଅ ଘରେ ରହୁଥିଲେ । ଆଜି ସକାଳେ କମାରଘାଇ ପୋଲ ନିକଟରୁ ଶୈାଚ ହୋଇ ଘରକୁ ଫେରୁଥିବା ବେଳେ ବସନ୍ତପୁରରୁ ବାଗଡିଆ ଯାଉଥିବା ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାକଡକୁ ଛିଟିକି ପଡିଥିଲେ । ଖବରପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । Advertisement
ଜେଏସପିଏଲ – ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ…
ସାତକୋଶିଆ ସାମ୍ବାଦିକ ସଂଘର ନୂତନ କମିଟି ଗଠନ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦିନେଶ ଦେହୁରୀଙ୍କ ସଭାପତିତ୍ୱରେ ଏହି ସଭାକାର୍ଯ୍ୟ…
ବରିଷ୍ଠ ସମ୍ବାଦିକଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ…