ଆଞ୍ଚଳିକ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ Angul OnlineOctober 16, 2021October 16, 2021 ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ କରା ଯାଇଛି । ଏହି ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅରାହାଟ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୋଉଳିଗଡ ସରପଞ୍ଚ ରଞ୍ଜୁଲତା ପୃଷ୍ଟି, ଗଡ଼ସନ୍ତ୍ରୀ ସରପଞ୍ଚ ନର୍ମଦା ମାଝୀ ଯୋଗଦେଇଥିଲେ । ଯୁବ ନେତା ଅରୁଣାଭ ସିଂହଙ୍କ ତତ୍ୱାବଧାନ ଓ ନେତୃତ୍ୱରେ ଶିବିର ଆୟୋଜନ ହୋଇଥିଲା । ଦେବାଶିଷ ଗଡନାଏକ, ମିଥୁନ ଗଡନାଏକ, ଶସିକାନ୍ତ ବେହେରା, ଅଜିତ ସାମଲ, ମିଥୁନ ମାଝୀ ପ୍ରମୁଖ ଭାବେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିବା ବେଳେ ଏହି ଶିବିର ରେ ୧୩୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସେହିପରି ସନ୍ଧ୍ୟାରେ ଅନୁଗୁଳ ଅମଲାପଡାଠାରେ କେକ କାଟି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯିବା ସହ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଜୀବନ କାମନା କରା ଯାଇଥିଲା । ବିଜେଡିର ଯୁବ ନେତା ତାପସ ନାୟକଙ୍କ ନେତୃତ୍ବରେ ଚନ୍ଦନ କୁମାର ସାହୁ , ଲୁବୁନ ଜେନା , କଲ୍ଲୋଳ ପ୍ରଧାନ , ପ୍ରଦୀପ୍ତ ଦାସ ଆଦି ଏହି କାର୍ଯ୍ୟକ୍ରମରେ ରହି ହର୍ଷଉଲ୍ଲାସରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । Advertisement
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…
କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଲୋଡର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣି ରୋଡ଼ସେଲ ସାଇଡିଂ ରେ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଏକ ଲୋଡର । ଲୋଡରଟି ଜଳିବାର…
ଖୋଲିବ ଧର୍ମାନୁଷ୍ଠାନ ଅନୁଗୁଳ – କରୋନା ମହାମାରୀର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଓ ସମସ୍ତ ଉପ- ଜିଲ୍ଲାପାଳଙ୍କ ଠାରୁ ମତାମତ ନେଇ ଅନୁଗୁଳ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକୁ…