ମୁଖ୍ୟ ଖବର ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ Angul OnlineOctober 22, 2021October 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ସୂଚନା ଅନୁସାରେ ଯୋଗେଶ୍ୱର ସବୁଦିନ ଭଳି ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ । ହେଲେ ଗାଁ ମୁଣ୍ଡରେ ମୃତ୍ୟୁ ଯେମିତି ଛକି ରହିଥିଲା । ଭୋର ପ୍ରାୟ 4 ଟା ବେଳେ ହଠାତ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ କଚାଡି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି । Advertisement
ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ କୁରୁଡୁଲୁ ଅଞ୍ଚଳରେ ଚାନ୍ଦା ମାଗୁଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦାୟ କରିଥିବା ଟଙ୍କାକୁ ଜବତ…
ହିନ୍ଦୁ ଧର୍ମକୁ ଫେରିଲେ ୧୨ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୧୨ ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ…
ଝିଅ ଅପହରଣ ଅଭିଯୋଗର ମିଛ ପର୍ଦ୍ଦାଫାଶ, ଗିରଫ ହେଲେ ମା’ ଛେଣ୍ଡିପଦା – ଝିଅର ଅପହରଣ ହୋଇଥିବା ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଥିବା ଜଣେ ମହିଳା ଶେଷରେ ନିଜେ ପୁଲିସ ଜାଲରେ ଫସିଛନ୍ତି। ତଦନ୍ତରେ ଅଭିଯୋଗ…