ଖେଳ ଓ ଖେଳାଳି ପାଲଲହଡା କପ – ବାଗଡିଆ ଚମ୍ପିୟାନ Angul OnlineNovember 2, 2021November 2, 2021 ପାଳଲହଡ଼ା – ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ଯାଇଛି । ୭ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବାଗଡ଼ିଆ ଓ ସମ୍ବଲପୁର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ବାଗେଡ଼ିଆ ଦଳ ସମ୍ବଲପୁର ଫୁଟବଲ୍ କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ଚଳିତବର୍ଷର ଚାମ୍ପିଅନ୍ ହୋଇଥିଲା । ଆୟୋଜକ ଫୁଟବଲ୍ କ୍ଲବର ସଭାପତି ନେତ୍ରାନନ୍ଦ ମହାକୁଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି, ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ସ୍ବତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଆଦି ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । Advertisement
୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍ସିପ୍ ହେବ ଅନୁଗୋଳରେ ଅନୁଗୋଳ – ଅନୁଗୋଳ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍ସିପ୍ – ୨୦୨୩ ଆସନ୍ତା ୯ ତାରିଖରୁ ଅନୁଷ୍ଠିତ ହେବ ।…
ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଉଦ୍ଘାଟନୀ ମ୍ୟାଚ୍ରେ ତାଳଚେର ବିଜୟୀ ଅନୁଗୁଳ – ଅନୁଗୁଳ ମର୍ଣ୍ଣିଷ୍ଟାର୍ କ୍ରିକେଟ କ୍ଲବ ତରଫରୁ ଷଷ୍ଠ ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ସ୍ଥାନୀୟ କଦମ ପଡ଼ିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ଅନୁଗୁଳ…
ଅନୁଗୁଳରେ ହେବ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଅନୁଗୁଳ – ଅନୁଗୁଳର କ୍ରୀଡା ଅନୁଷ୍ଠାନ ବ୍ୟାଡ଼ମିଣ୍ଟନ କ୍ଲବ ଆନୁକୂଲ୍ୟରେ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅନୁଗୋଳ ଷ୍ଟାଡିଅମ ପରିସରରେ ଥିବା ବିଜୁ…