ମୁଖ୍ୟ ଖବର ଟ୍ରଲର ଧକ୍କାରେ ଦୁଇ ମୃତ Angul OnlineNovember 3, 2021November 3, 2021 ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ । ଦୁର୍ଘଟଣା ନେଇଗଲା ସେମାନଙ୍କ ଜୀବନ । ଏହି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଘଟିଛି । ମୃତକ ଦ୍ୱୟ ହେଲେ ଆକାଶ ବେହେରା (୨୧) ଓ ଜନ୍ମେଜୟ ପ୍ରଧାନ (୧୪) । ଆକାଶଙ୍କ ଘର ମାଙ୍କଡ଼ଚୁଆ ଗାଁରେ । ସେହିପରି ଜନ୍ମେଜୟ ହେଉଛନ୍ତି କମ୍ପରକିଳା ଗାଁର ବୋଲି ଜଣା ପଡିଛି । ଆଜି(ବୁଧବାର) ସନ୍ଧ୍ୟାରେ ପାଲଲହଡ଼ାରୁ ଆକାଶ ଓ ଜନ୍ମେଜୟ ଏକ ମୋଟରସାଇକେଲ ଯୋଗେ ସେମାନଙ୍କ ଘରକୁ ଫେରୁଥିଲେ । ତେବେ ପାଲଲହଡ଼ା ବାଇପାସ୍ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରଲର ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଆକାଶ ଓ ଜନ୍ମେଜୟ ଗୁରତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରଲରଟି ସେଠାରୁ ଫେରାର ହୋଇଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ…
୪୨୦ ମହିଳା ଗିରଫ – ବିଶ୍ଵାସରେ ବିଷ ଦେଇ ଲୁଟିଥିଲେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ କଣିହାଁ ଅଞ୍ଚଳର ଜଣେ ୪୨୦ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାମ ନିବେଦିତା ପ୍ରଧାନ (୩୪)…
ବୋମା ଧରି ଭାଇକୁ ଆକ୍ରମଣ ବେଳେ ନିଜ ହାତରେ ଫୁଟିଗଲା – ପୁଅ ମୃତ, ବାପା ଗୁରୁତର କଣିହାଁ – ଭାଇ-ଭାଇ ଭିତରେ କଳହ ବେଳେ ବୋମା ଧରି ଗୋଡ଼ାଉ ଥିଲେ । ଏତିକି ବେଳେ ନିଜ ହାତରେ ଫୁଟିଗଲା ବୋମା । ଯାହା ଫଳରେ…