ମୁଖ୍ୟ ଖବର ଟ୍ରଲର ଧକ୍କାରେ ଦୁଇ ମୃତ Angul OnlineNovember 3, 2021November 3, 2021 ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ । ଦୁର୍ଘଟଣା ନେଇଗଲା ସେମାନଙ୍କ ଜୀବନ । ଏହି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଘଟିଛି । ମୃତକ ଦ୍ୱୟ ହେଲେ ଆକାଶ ବେହେରା (୨୧) ଓ ଜନ୍ମେଜୟ ପ୍ରଧାନ (୧୪) । ଆକାଶଙ୍କ ଘର ମାଙ୍କଡ଼ଚୁଆ ଗାଁରେ । ସେହିପରି ଜନ୍ମେଜୟ ହେଉଛନ୍ତି କମ୍ପରକିଳା ଗାଁର ବୋଲି ଜଣା ପଡିଛି । ଆଜି(ବୁଧବାର) ସନ୍ଧ୍ୟାରେ ପାଲଲହଡ଼ାରୁ ଆକାଶ ଓ ଜନ୍ମେଜୟ ଏକ ମୋଟରସାଇକେଲ ଯୋଗେ ସେମାନଙ୍କ ଘରକୁ ଫେରୁଥିଲେ । ତେବେ ପାଲଲହଡ଼ା ବାଇପାସ୍ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରଲର ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଆକାଶ ଓ ଜନ୍ମେଜୟ ଗୁରତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରଲରଟି ସେଠାରୁ ଫେରାର ହୋଇଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ରବିବାରଠାରୁ ବାଲି , ପଥର , ମୋରମ ପରିବହନ ବନ୍ଦ ରହିବ ଅନୁଗୁଳ – ଆସନ୍ତାକାଲି(୧୦/୧୧/୨୪) ଠାରୁ ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ବାଲି, ଗୋଡ଼ି, ମାଟି, ମୋରମ୍ ଇତ୍ୟାଦି ଖଣିଜ ଦ୍ରବ୍ୟ ପରିବହନ ଅନିର୍ଦିଶ୍ଟ…
ମା ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ସମାପନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାତ୍ସୋବ ଓ ୧୮ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ…
ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ ।…