ମୁଖ୍ୟ ଖବର ଦୁର୍ଘଟଣାରେ ସବରେଜିଷ୍ଟାର କିରାଣିଙ୍କ ମୃତ୍ୟ Angul OnlineNovember 6, 2021November 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କଙ୍କରେଇ ନାଳ ନିକଟସ୍ଥ ବୁଲାଣିରେ ଗଛରେ ବାଡେଇ ହୋଇ ଛେଣ୍ଡିପଦା ସବରେଜିଷ୍ଟାର ଅଫିସର କିରାଣିଙ୍କର ମୃତ୍ୟ ହୋଇଛି । ମୃତକ ଜଣକ ହେଲେ ଛେଣ୍ଡିପଦା ସବରେଜିଷ୍ଟାର କିରାଣି ସଞ୍ଜିବ କୁମାର ଭୁତିଆ । ସୂଚନା ଅନୁସାରେ ଛେଣ୍ଡିପଦା ସବରେଜିଷ୍ଟାର କିରାଣି ସଞ୍ଜିବ କୁମାର ଭୁତିଆ ସବୁଦିନ ପରି ଶନିବାର ଅନୁଗୁଳରୁ ଛେଣ୍ଡିପଦା ସବରେଜିଷ୍ଟାର କାର୍ଯ୍ୟାଳୟକୁ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ୬୩ନଂ ରାଜ୍ୟ ରାଜପଥର କଙ୍କରେଇ ଉଚ୍ଚ ବିଦ୍ୟାଳୟ ନାଳ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ଯାଇଥିଲେ । ଫଳରେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ଏଏସଆଇ ସରୋଜିନି ବାଘ ଓ ପୁଲିସ କର୍ମଚାରୀ ମାନେ ପହଞ୍ଚି ସଞ୍ଜିବ ଭୁତିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସଞ୍ଜିବଙ୍କ ମୁଣ୍ଡରେ ମାଡ ହୋଇ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇ ଛେଣ୍ଡିପଦା ତହସିଲ ଅଫିସ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । Advertisement
ହାତୀ ଆକ୍ରମଣରେ ମହିଳା ମୃତ ଅନୁଗୁଳ – କଣିହାଁ ବନାଞ୍ଚଳ ସାପକଟା ଗାଁ ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଶୁଭ ପ୍ରଧାନ ରାସ୍ତାରେ ଚାଲିଚାଲି…
ନିଆରା ଢଙ୍ଗରେ ଅଲମ୍ପିକ୍ସ ଶୁଭେଚ୍ଛା ଅନୁଗୁଳ – ଜାପାନର ଟୋକିଓରେ ଆଜି(ଶୁକ୍ରବାର) ଠାରୁ ଅଲମ୍ପିକ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତରୁ ମଧ୍ୟ ବିଭିନ୍ନ…
ଅନ୍ଧବିଶ୍ଵାସର ଅନ୍ତ – ଶହ ଶହ ବର୍ଷ ପରେ ଗାଁରେ ପଡିଲା ପ୍ରଥମ ଛାତ ଆଠମଲ୍ଲିକ – ଛାତ ଘର ତିଆରି କଲେ ଗାଁ କୁ ବିପଦ ମାଡି ଆସିବ । ଗାଁ ଠାକୁରାଣୀ କୋପ କରିବେ ଏବଂ ଲୋକଙ୍କର ଅନିଷ୍ଟ ହେବ…