ମୁଖ୍ୟ ଖବର ଦୁର୍ଘଟଣାରେ ସବରେଜିଷ୍ଟାର କିରାଣିଙ୍କ ମୃତ୍ୟ Angul OnlineNovember 6, 2021November 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କଙ୍କରେଇ ନାଳ ନିକଟସ୍ଥ ବୁଲାଣିରେ ଗଛରେ ବାଡେଇ ହୋଇ ଛେଣ୍ଡିପଦା ସବରେଜିଷ୍ଟାର ଅଫିସର କିରାଣିଙ୍କର ମୃତ୍ୟ ହୋଇଛି । ମୃତକ ଜଣକ ହେଲେ ଛେଣ୍ଡିପଦା ସବରେଜିଷ୍ଟାର କିରାଣି ସଞ୍ଜିବ କୁମାର ଭୁତିଆ । ସୂଚନା ଅନୁସାରେ ଛେଣ୍ଡିପଦା ସବରେଜିଷ୍ଟାର କିରାଣି ସଞ୍ଜିବ କୁମାର ଭୁତିଆ ସବୁଦିନ ପରି ଶନିବାର ଅନୁଗୁଳରୁ ଛେଣ୍ଡିପଦା ସବରେଜିଷ୍ଟାର କାର୍ଯ୍ୟାଳୟକୁ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ୬୩ନଂ ରାଜ୍ୟ ରାଜପଥର କଙ୍କରେଇ ଉଚ୍ଚ ବିଦ୍ୟାଳୟ ନାଳ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ଯାଇଥିଲେ । ଫଳରେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ଏଏସଆଇ ସରୋଜିନି ବାଘ ଓ ପୁଲିସ କର୍ମଚାରୀ ମାନେ ପହଞ୍ଚି ସଞ୍ଜିବ ଭୁତିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସଞ୍ଜିବଙ୍କ ମୁଣ୍ଡରେ ମାଡ ହୋଇ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇ ଛେଣ୍ଡିପଦା ତହସିଲ ଅଫିସ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । Advertisement
ପୋଲ ସୁରକ୍ଷାବାଡ଼ରେ ପିଟିହେଲା କାର – ଜଣେ ମୃତ,୨ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସିଆରିମାଳିଆ ପୋଲର ସୁରକ୍ଷା ବାଡ଼ରେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଲା । ଫଳରେ ଜଣଙ୍କର ମୃତ୍ୟୁ…
ମୋଟରସାଇକେଲ ଉପରେ ଚଢ଼ିଗଲା ହାଇୱା – ଅଳ୍ପକେ ବର୍ତ୍ତିଲେ ଅବକାରୀ ବାବୂ ଅନୁଗୁଳ – ଅନୁଗୁଳ ସହର ହେମସୁରପଡା ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ଏକ ଦୁର୍ଘଟଣା ଘଟି ଯାଇଛି । ଏକ ମୋଟରସାଇକେଲ ଉପରେ ହାଇୱା ଚଢିଯିବା ଫଳରେ ହାଇୱା…
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…