ଆଞ୍ଚଳିକ ଜାତୀୟ ପ୍ରେସ ଦିବସ ପାଳିତ – ସୁଧୀରେନ୍ଦ୍ର ପରିଜା ସମ୍ମାନିତ Angul OnlineNovember 16, 2021November 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ସଦର ମହକୁମାଠାରେ କାର୍ଯ୍ୟରତ ଜିଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଅନୁଗୁଳ ସହର ଅମଲାପଡା ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ଥିବା ଜୟ ଦୁର୍ଗା ୟୁଥ କ୍ଳବ ଠାରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଭିନ୍ନ ସମୟରେ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନ ସାମ୍ବାଦିକଙ୍କ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ନିକଟରେ ସାମ୍ବାଦିକ ମାନଙ୍କୁ ଉଦେଶ୍ୟ ମୁଲକ ଭାବେ ବୀମା ଯୋଜନାରୁ ବଞ୍ଚିତ କରା ଯାଇଥିବା ଯୋଗୁଁ ବୈଠକରେ ଉପସ୍ଥିତ ଥିବା ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ସମସ୍ତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ନିଜ ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ସଂଗ୍ରାମ ଜାରି ରଖିବାକୁ ଆଲୋଚନା ହୋଇଥିଲା । ବରିଷ୍ଠ ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦେଶରେ ସ୍ୱାଧୀନ ଓ ଦାୟିତ୍ବସମ୍ପନ୍ନ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । କୌଣସି ବାହ୍ୟ ପ୍ରଭାବ ଓ ଧମକରେ ମୁଣ୍ଡ ନ ନୁଆଁଇ ଜନସାଧାରଣଙ୍କ ହିତ ତଥା ଗଣତନ୍ତ୍ର ର ସୁରକ୍ଷା ପାଇଁ ମିଡିଆ କାର୍ଯ୍ୟ କରୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାସ , ଅନୀଲ ପ୍ରଧାନ ଏବଂ ସୁଧୀରେନ୍ଦ୍ର ପରିଜା ଯୋଗ ଦେଇ କରୋନା ମହାମାରୀ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇ କିଭଳି ତାହାର ମୁକାବିଲା କରିଥିଲେ ତାହା ପ୍ରକାଶ କରିଥିଲେ । ପ୍ରେସ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲେ ଜନସାଧାରଣଙ୍କ ପ୍ରଭୁତ ଉନ୍ନତି ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ , ସାମ୍ବାଦିକତା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ସୁଧୀରେନ୍ଦ୍ର ପରିଜାଙ୍କୁ ପୁଷ୍ପଗୁଚ୍ଛ ,ମାନପତ୍ର ଓ ଉପଢୌକନ ଦେଇ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ଏଡିୟୁଜେ ପକ୍ଷରୁ ଅନୁଗୁଳର ଏକ ହୋଟେଲରେ ଜାତୀୟ ପ୍ରେସ ଦିବସ ପାଳନ କରା ଯାଇଥିଲା । ଯେଉଁଥିରେ ଜିଲ୍ଲା ସ୍ତରରେ କାମ କରୁଥିବା ଅନେକ ସାମ୍ବାଦିକ ଯୋଗ ଦେଇଥିବା ବେଳେ ଯୋଗଗୁରୁ ଅଭୟ ରାୟ ଓ ପ୍ରବାଚକ ମହେଶ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ଆଗାମୀ ଦିନରେ “ସାମ୍ବାଦ ପ୍ରକାଶନ ନୀତି ପ୍ରସ୍ତାବିତ ଆଇନ ପ୍ରଣୟନ” ପ୍ରସଙ୍ଗ ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା , ତାଳଚେର , ପାଲଲହଡା , ଆଠମଲ୍ଲିକ ଆଦି ଅଞ୍ଚଳରେ ମଧ୍ୟ ଏହି ଜାତୀୟ ପ୍ରେସ ଦିବସକୁ ଅନେକ ସଂଖ୍ୟାରେ ସାମ୍ବାଦିକ ପାଳନ କରିଥିଲେ । Advertisement
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା…
ବିଶ୍ବ ଫାର୍ମାସିଷ୍ଟ ଦିବସରେ ଫାର୍ମାସିଷ୍ଟଙ୍କ ପାଞ୍ଚ ଦଫା ଦାବି ଅନୁଗୁଳ – ଓଡ଼ିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ଅନୁଗୋଳ ଶାଖା ତରଫରୁ ଭୋଜନ ବାହାର ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଫାର୍ମାସିଷ୍ଟ ଦିବସ -୨୦୨୫ ପାଳିତ ହୋଇଯାଇଛି…