ଭଲ ଖବର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ Angul OnlineNovember 17, 2021November 17, 2021 ଅନୁଗୁଳ – ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ସ୍ଥାନୀୟ ଜିନ୍ଦଲ ନଗରସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ତାହାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଅଛି । ଯାହା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ l ଏହି ଅବସରରେ ଜେଏସପିଏଲ ଅନୁଗୁଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଇ-ଲାଇବ୍ରେରିକୁ ଉନ୍ମୋଚନ କରିଥିଲେ । ଶ୍ରୀ ଦାମୋଦର ମିତ୍ତଲ, ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ ଭୂମିକା ସଂପର୍କରେ କହିବା ସହ ବିଦ୍ୟାଳୟର ଏହି ଇ-ଲାଇବ୍ରେରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ପରି ପଦକ୍ଷେପ ଦ୍ଵାରା ସ୍କୁଲ ଛାତ୍ର ଛାତ୍ରୀଙ୍କ ସହ ଅନ୍ୟମାନେ ମଧ୍ୟ ଉପକୃତ ହୋଇ ପାରିବେ ଏବଂ ସେମାନେ ବିଶ୍ଵର ଯେ କୌଣସି ପ୍ରାନ୍ତରେ ଥାଇ ମଧ୍ୟ ଯେ କୌଣସି ସମୟରେ ଜ୍ଞାନ ଆହରଣ କରି ପାରିବେ ବୋଲି ଶ୍ରୀ ମିତ୍ତଲ ଆଶା ବ୍ୟକ୍ତ କରିଥିଲେ । ଓ.ପି. ଜିନ୍ଦଲ ସ୍କୁଲ ଅଧ୍ୟକ୍ଷ ଶ୍ରୀ ଅତନୁ କୁମାର ରଥ ଏହି ଡିଜିଟାଲ ଲାଇବ୍ରେରିର ବହୁବିଧ ବିଶେଷତା ଉପରେ ଆଲୋକପାତ କରିବା ସହ ଏହାକୁ ଏହି ଲିଙ୍କ https://opjsalibrary.wixsite.com/angul ମାଧ୍ୟମରେ ଦେଖି ହେବ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା ଶର୍ମା ଧନ୍ୟବାଦ ପ୍ରଦାନ କରିବା ସହ ବିଦ୍ୟାଳୟ ୱାର୍କିଙ୍ଗ କମିଟିକୁ ଏହି ସହାୟତା ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । Advertisement
ମାନସିକ ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କଲେ ସମାଜସେବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବତୀ…
ହଜି ଯାଇଥିବା ସ୍ମୃତିକୁ ମିଳିଲା ପୁନର୍ଜୀବନ – ସଜେଇ ହେଉଛି ରାଜବାଟୀ ଅଞ୍ଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ରାଜବାଟୀ , କେଉଁ ଦିନରୁ ଅବହେଳିତ ହୋଇ ପଡି ରହିଥିଲା । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ…
ଭାରତୀୟ ସୈନିକଙ୍କୁ ରାକ୍ଷୀ ପଠାଇଲେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଲେ…