ମୁଖ୍ୟ ଖବର ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ Angul OnlineNovember 18, 2021November 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୁଲାଡ଼ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣକ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ବିହାରୀ ଗୋଛାୟତ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ ନାଲକୋ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ଆଜି(ଗୁରୁବାର) ସେ କାମ ସାରି ଘରକୁ ଫେରୁଥିବା ସମୟରେ କୁଲାଡ଼ ଛକ ନିକଟରେ ଏକ ଟ୍ରକ୍ (ଓଡ଼ି୩୫ ସି ୨୭୪୨) ତାଙ୍କ ସ୍କୁଟରକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିହାରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ । ପ୍ରାୟ ସନ୍ଧ୍ୟା ଯାଏ ରାସ୍ତାରୋକ ଲାଗି ରହିଥିବା ବେଳେ ବୁଝାସୁଝା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା । Advertisement
୧୨ ଘଣ୍ଟିଆ ପାଲଲହଡା ବନ୍ଦ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡା ଠାରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପକାରାଗାର ସ୍ଥାନାନ୍ତରଣ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା…
ରାସ୍ତାରେ ଜଳିଗଲା ଅଟୋ – ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଅନୁଗୁଳ – ଅନୁଗୁଳ ଡାକ୍ତରଖାନା ଛକରେ ଚଳନ୍ତା ଅବସ୍ଥାରେ ଆଜି ଏକ ଅଟୋରେ ଅଗ୍ନିକାଣ୍ଡ ହୋଇଥିଲା । ହଠାତ ଅଟୋରେ ନିଆଁ ଲାଗିଯାଇଥିବା ବେଳେ ସୌଭାଗ୍ୟ ବଶତଃ…
ପୋଲ ତଳକୁ ଖସି ପଡିଲା ଟ୍ରକ – ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବହ୍ଲର ଛକ ନିକଟରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରୁ ନାଳକୁ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡିବା ଫଳରେ…