ମୁଖ୍ୟ ଖବର ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ Angul OnlineNovember 20, 2021November 20, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ସ୍ଥିତ ସୂର୍ୟା ଗାର୍ଡେନ ହୋଟେଲ ସମ୍ମୁଖରେ ଏକ ସ୍କୁଟିକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପବିତ୍ରନଗର ଅଞ୍ଚଳର ସୁଶାନ୍ତ ପ୍ରଧାନ । ସେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଥର୍ମାଲ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସହାୟକ ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁଯାୟୀ ସୁଶାନ୍ତ ନିଜ ମାଙ୍କ ପାଇଁ ମେଡ଼ିସିନ ନେଇ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଟ୍ରକଟି ତାଙ୍କୁ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ପହଁଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଛି । ସୁଶାନ୍ତ ଜଣେ ମେଳାପୀ ଓ ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ସାଂସଦ ମହେଶ ସାହୁ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । Advertisement
ଓଡ଼ିଆ ସାଇନ୍ ବୋର୍ଡ ନ ଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଅନୁଗୁଳ – ଅନୁଗୁଳ ଜିଲ୍ଲା, ପୌରପାଳିକା ଅଞ୍ଚଳରେ ଯାଞ୍ଚ ବେଳେ ଓଡ଼ିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୫ଟି ଦୋକାନକୁ କାରଣ ଦର୍ଶାଅ ନୋଟିସ୍ ଜାରି…
କୋଇଲା ଚୋରା ଚାଲାଣ ଅଭିଯୋଗରେ କୋଟିପତି ହୋମଗାର୍ଡ ଗିରଫ ଅନୁଗୁଳ – ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…
ହାତୀ ଆକ୍ରମଣରେ ମହିଳା ମୃତ ଅନୁଗୋଳ – ଅନୁଗୋଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼…