ମୁଖ୍ୟ ଖବର ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ Angul OnlineNovember 28, 2021November 28, 2021 ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଗୋଟିଏ ଆମ୍ବୁଲାନ୍ସ ଧକ୍କା ଦେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ମହାରାଷ୍ଟ୍ର ର ଵିଶାଲ ଅହିରେ ବୋଲି ପୁଲିସ ସୂଚନା ଦେଇଛି । ମହାରାଷ୍ଟ୍ରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏହି ଆମ୍ବୁଲାନ୍ସଟି କଲିକତା ଯାଇ ମହାରାଷ୍ଟ୍ର ଫେରୁଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ପାଲଲହଡା ମୁକ୍ତାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୌଣସି କାମରେ ମହାରାଷ୍ଟ୍ର ଅଞ୍ଚଳରୁ କଲିକତା ଯାଇଥିବା ତିନି ଜଣ ସେହି ଆମ୍ବୁଲାନ୍ସରେ ଡ୍ରାଇଭର ସହ ବସି ଫେରୁଥିଲେ । ରାତିରେ କୁହୁଡି ଯୋଗୁଁ ମୁକ୍ତାପୁର ନିକଟରେ ଛିଡା ହୋଇଥିବା ଟ୍ରକକୁ ଆମ୍ବୁଲାନ୍ସ ଡ୍ରାଇଭର ସ୍ପଷ୍ଟ ଭାବରେ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି । ଆହତଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କ ହୋଇଥିଲା । Advertisement
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…
କେଜିଏରୁ ଅଧିକ ବ୍ରାଉନ୍ସୁଗାର ଜବତ – ଦୁଇ ଆନ୍ତରାଜ୍ୟ ବେପାରୀ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କଲା ଭୁବନେଶ୍ୱର ଏସ୍ ଟି ଏଫ । ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ…
ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା – ଲକ୍ଷାଧିକ ଭକ୍ତଙ୍କ ସମାଗମ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ପାଳନ କରା ଯାଇ…