ମୁଖ୍ୟ ଖବର ୫ଟି ଉପକ୍ରମରେ ୯୦ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ Angul OnlineNovember 29, 2021November 29, 2021 ଅନୁଗୁଳ – ଉପଯୁକ୍ତ ଶୌଖିକ ପରିବେଶ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଆରମ୍ଭ କରିଛନ୍ତି ରୁପାନ୍ତରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲାରେ ଆଜି ‘ ୫ଟି ’ ଉପକ୍ରମରେ ଆରମ୍ଭ ହେଲା ଉଚ୍ଚ ବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୯୦ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏଣିକି ଘରୋଇ ଶିକ୍ଷାନୁଷ୍ଠାନରେ ଯେଉଁ ସୁବିଧା ମିଳୁଥିଲା ତାଠାରୁ ଅଧିକ ସୁବିଧା ସରକାରୀ ବିଦ୍ୟାଳୟରେ ମିଳିବ । ପିଲାମାନେ ସ୍ମାର୍ଟ କ୍ଲାସ୍ ରୁମ୍ ଇ – ଲାଇବ୍ରେରୀ , ସାଇନ୍ସ ଲାବରେଟୋରୀ , ସ୍କୁଲ ଆର୍ମ , ଆନ୍ସ , କ୍ରୀଡା ଭିତ୍ତିଭୂମୀ , ଟଏଲେଟ୍ ଓ ପାନୀୟ ଜଳ ସୁବିଧା ପାଇବେ । ଏହି ରୁପାନ୍ତରଣ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀମାନଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଶିକ୍ଷାଦାନ ପ୍ରତି ଆଗ୍ରହ ସୃଷ୍ଟି କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ମୋ ରାଜ୍ୟର ପିଲାମାନେ ସବୁ କ୍ଷେତ୍ରରେ ଆଗୁଆ । କ୍ରୀଡା ସହ ଭଲ ପାଠ ପଢିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସ୍କୁଲର ପ୍ରତିଟି ଆନୁସଂଖ୍ୟକ ସୁବିଧାକୁ ଉପଲବଧ କରାଇ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍କୁଲ ଯିବା , ଭଲ ପାଠ ପଢିବା , ବାପା ମାଆଙ୍କ ସୁନାମ ଆଣିବାକୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶ୍ରେୟଂସା ପ୍ରଧାନ ମୋ ବିଦ୍ୟାଳୟ ଓ ରୁପାନ୍ତରଣ କାର୍ଯ୍ୟକ୍ରମ ଉପରେ ନିଜର ଅନୁଭୁତି ପ୍ରକାଶ କରିଥିଲେ । ଉନ୍ନତମାନର ବିଦ୍ୟାଳୟରେ ପାଠ ପଢିବା ମୋ ପାଇଁ ସ୍ବପ୍ନ ଥିଲା । ସ୍କୁଲ ରୁପାନ୍ତରକରଣ କାର୍ଯ୍ୟକ୍ରମ ହେବା ଦ୍ବାରା ଏହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି । ମୋ ବିଦ୍ୟାଳୟ ଶ୍ରେଷ୍ଠ ବିଦ୍ୟାଳୟ ସ୍ମାର୍ଟ ବିଦ୍ୟାଳୟ ମୁ ପଢିବି , ଗଢିବି , ମୋ ସ୍କୁଲର ସର୍ବାଙ୍ଗୀନ ଉନ୍ନତି କରିବି । ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ଶ୍ରେୟଂସା ପାଠ ପଢି ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଦିନ ଦୁଃଖ ମାନଙ୍କର ସେବା କରିବ ବୋଲି କହିଥିଲେ । ଏହି ସଭାକୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ । ଏହି ସଭାରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ , ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହ , ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା , ପାଳଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଳ , ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ କିଷାନ ପ୍ରମୁଖ ଯୋଗ ଦେଇଥିଲେ । Advertisement
ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ…
ବିଦ୍ୟୁତ ଆଘାତରେ ଶ୍ରମିକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ…
ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ…