ଅପରାଧ ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!! Angul OnlineDecember 7, 2021December 7, 2021 ଅନୁଗୁଳ – ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟିଦେଇଥିବା ଜଣା ପଡିଛି l ସୂଚନା ମୁତାବକ ତାଳବିଜପୁର ଗ୍ରାମର ୨୨ ବର୍ଷୀୟ ଦୀପ୍ତି ରଞ୍ଜନ ବାରିକଙ୍କ ଗୁପ୍ତାଙ୍ଗ କଟି ଯାଇଥିବାରୁ ତାଙ୍କ ପରିବାର ଲୋକ ପ୍ରଥମେ ଆଠମଲ୍ଲିକ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଅନୁଗୁଳ ଡାକ୍ତରଖାନାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ କିପରି କଟିଲା ଏବଂ କିଏ କାଟିଲା ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଏନେଇ ଆଠମଲ୍ଲିକ ଆଇ ଆଇ ସି ନିରୋଦ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ଥାନାରେ କୌଣସି ପ୍ରକାର ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ । ସୂଚନା ମୁତାବକ ଏକ ଝିଅ ତାଙ୍କ ଗୁପ୍ତାଙ୍ଗ କୁ କାଟି ଦେଇଥିବା ଜଣା ପଡିଛି l ସେ କୁଆଡେ ତାଙ୍କ ଗାଁ ପାଖରେ ଜଣେ ଯୁବତୀକୁ ଏକ ତରଫା ଭଲ ପାଉ ଥିଲେ । ଯାହାକୁ ନେଇ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । Advertisement
ଗଞ୍ଜେଇ ସହ ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ…
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…
ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି…