ଅପରାଧ ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!! Angul OnlineDecember 7, 2021December 7, 2021 ଅନୁଗୁଳ – ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟିଦେଇଥିବା ଜଣା ପଡିଛି l ସୂଚନା ମୁତାବକ ତାଳବିଜପୁର ଗ୍ରାମର ୨୨ ବର୍ଷୀୟ ଦୀପ୍ତି ରଞ୍ଜନ ବାରିକଙ୍କ ଗୁପ୍ତାଙ୍ଗ କଟି ଯାଇଥିବାରୁ ତାଙ୍କ ପରିବାର ଲୋକ ପ୍ରଥମେ ଆଠମଲ୍ଲିକ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଅନୁଗୁଳ ଡାକ୍ତରଖାନାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ କିପରି କଟିଲା ଏବଂ କିଏ କାଟିଲା ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଏନେଇ ଆଠମଲ୍ଲିକ ଆଇ ଆଇ ସି ନିରୋଦ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ଥାନାରେ କୌଣସି ପ୍ରକାର ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ । ସୂଚନା ମୁତାବକ ଏକ ଝିଅ ତାଙ୍କ ଗୁପ୍ତାଙ୍ଗ କୁ କାଟି ଦେଇଥିବା ଜଣା ପଡିଛି l ସେ କୁଆଡେ ତାଙ୍କ ଗାଁ ପାଖରେ ଜଣେ ଯୁବତୀକୁ ଏକ ତରଫା ଭଲ ପାଉ ଥିଲେ । ଯାହାକୁ ନେଇ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । Advertisement
ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରି କର୍ମଚାରୀ ଗିରଫ ଅନୁଗୁଳ – ମଦ ଦୋକାନରୁ ଟଙ୍କା ଆତ୍ମସାତ ଅଭିଯୋଗରେ ସେହି ମଦ ଦୋକାନର ଜଣେ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ…
ବ୍ରାଉନସୁଗାର ଓ ଦେଶୀ ମଦ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଗୋଟିଏ ସ୍ଥାନରୁ ୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କରିବା ଅପରାଧରେ ଜଣଙ୍କୁ ୬ ବର୍ଷ ସଶ୍ରମ କାରାଦଣ୍ଡରେ ଅନୁଗୁଳ ଅତିରିକ୍ତ ଦୌରା ଜଜ (ଫାଷ୍ଟଟ୍ରାକ)…