ଆଞ୍ଚଳିକ ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ Angul OnlineDecember 8, 2021December 8, 2021 ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩ ଘଣ୍ଟା ପରିଶ୍ରମ ପରେ ଭାଲୁକୁ ଉଦ୍ଧାର କରାଯାଇ ପାରି ଥିଲା । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା । କୂଅରେ ପଡି ଭାଲୁଟି ଗର୍ଜନ କରୁଥିବା ବେଳେ ଲୋକଙ୍କ ନଜର ପଡିଥିଲା । ସ୍ଥାନୀୟ ଲୋକ ବନ ବିଭାଗକୁ ସୂଚନା ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ବାଉଁଶ ଓ ଶିଡି ପକାଇ ପ୍ରାୟ ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଭାଲୁଟି କୁଆରୁ ଉଦ୍ଧାର ପାଇ ଜନଗଳ ଆଡକୁ ପଳାଇ ଥିଲା । https://angulonline.com/odia/wp-content/uploads/2021/12/WhatsApp-Video-2021-12-08-at-16.50.12.mp4 Advertisement
ସାମ୍ବାଦିକ ରଘୁଙ୍କ ଶ୍ରାଦ୍ଧ ବାର୍ଷିକିରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପାଳିତ ଅନୁଗୋଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପ୍ରକଳ୍ପ…
ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି…