ଆଞ୍ଚଳିକ ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ Angul OnlineDecember 9, 2021December 9, 2021 ଅନୁଗୁଳ – ଅମଲାପଡାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାରେ ନିହତ ଶହୀଦଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସହିଦ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶୋକସଭାରେ ଭାରତର ପ୍ରଥମ ସିଡିଏସ୍ ବିପିନ୍ ରାଓ୍ବତ୍ ଏବଂ ଅନ୍ୟ ବାର ଜଣ ସହିଦଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସିଡିଏସ୍ ବିପିନ୍ ରାଓ୍ବତ୍ ଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ରଣ କୌଶଳ ବା ଯୁଦ୍ଧ ନୀତି ଓ ଚୀନ ପାକିସ୍ତାନ ସୀମାରେ ସଂଘର୍ଷ ଉତ୍ତେଜନା ହ୍ରାସ ଦିଗରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ସେହିଭଳି ତେର ଜଣ ସହୀଦଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମର ବୀର ଯବାନ ତଥା ବାୟୁସେନା ଅଧିକାରୀ ରାଣା ପ୍ରତାପ ଦାସଙ୍କ ଅକାଳ ବିୟୋଗରେ କମିଟି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଶୋକସନ୍ତପ ପରିବାର ବର୍ଗ ପ୍ରତି ସମବେଦନା ପ୍ରକାଶ କରାଯାଇଥିଲା । ରାଣା ପ୍ରତାପ ଦାସଙ୍କ ବଳିଦାନ ଯୁବ ସମୁଦାୟଙ୍କୁ ପ୍ରେରଣା ଯୋଗାଇବ ବୋଲି ମତପ୍ରକାଶ ପାଇଥିଲା । ଏହି ଶୋକସଭାରେ ସମାଜସେବୀ ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର, ଆଦ୍ୟଶ୍ଳୋକ ମିଶ୍ର, ସୌମ୍ୟ ରଞ୍ଜନ ଦାଶ, ସ୍ବରୂପ ପାଢ଼ୀ, ବିଶ୍ବରଞ୍ଜନ ପଟ୍ଟନାୟକ,ବିକାଶ ଚନ୍ଦ୍ର ସାହୁ ଓ ସୁବ୍ରତ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପ୍ରଭୁ ଜଗନ୍ନାଥ ଓ ମା’ ହିଙ୍ଗୁଳାଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିଥିଲେ । ସେ ରାନା ପ୍ରତାପଙ୍କ ଘରକୁ ଯାଇ ବୃଦ୍ଧ ବାପ-ମାଙ୍କୁ ସମବେଦନା ଜଣାଇବା ସହ ଏଭଳି ବିପଦ ସମୟରେ ଧାର୍ଯ୍ୟ ଧରିବା ସହ ସାହସ ଯୋଗାଇଆ ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଜେଏସପିଏଲ ଅନୁଗୁଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ନେତୃତ୍ଵରେ ଏହାର କର୍ମଚାରୀମାନେ ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳିଅର୍ପଣ କରିଥିଲେ । ଏହି ଅବସରରେ ସମ୍ମାନ ସୂଚକ ଭାବେ ୨ ମିନିଟର ନୀରବ ପ୍ରାର୍ଥନା ଜେଏସପିଏଲର ପାୱାର ପ୍ଳାଣ୍ଟ ଅଫିସ ପରିସରରେ ଆୟୋଜିତ ହୋଇଥିଲା ଏବଂ ଜେନେରାଲ ବିପିନ ରାୱତ ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଉପଲବଧି ବିଷୟରେ ସ୍ମରଣ କରିଥିଲେ । ଏହି ଅବସରରେ ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜେନେରାଲ ବିପିନ ରାୱତ ଏବଂ ଅନ୍ୟାନ୍ୟ ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏହା ସହ ଶ୍ରୀ ମିତ୍ତଲ ଜଣେ ଭାରତୀୟ ବାୟୁ ସେନାର ଯୁବ ଜୁନିଅର ୱାରାଣ୍ଟ ଅଫିସର ଶ୍ରୀ ରାଣା ପ୍ରତାପ ଦାସଙ୍କ ବିୟୋଗରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ରାଣା ପ୍ରତାପ ଦାସ, ଅନୁଗୁଳ ଜିଲ୍ଲା ନିବାସୀ ଏବଂ ସେ ମଧ୍ୟ ଗତକାଲିର ଏହି ଦୁଃଖଦ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । Advertisement
ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା…
ଜରୁରୀ କାଗଜ ପତ୍ର ଓ ଟଙ୍କା ପାଇ ଥାନାରେ ଦେଲେ ଦୁଇ ଯୁବ ବନ୍ଧୁ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କଳ୍ପତରୁ ହୋଟେଲ ପାଖ ଦେଇ ଯାଉଥିବା ବେଳେ ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁଙ୍କୁ…
ହିଡିସିଙ୍ଗ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି । ଏହି…