ଆଞ୍ଚଳିକ ଦୁର୍ଘଟଣାରେ ଓକିଲ ଗୁରୁତର Angul OnlineDecember 11, 2021December 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ ଛେଣ୍ଡିପଦାର ବରିଷ୍ଠ ଆଇନଜୀବି ଲମ୍ବୋଦର ପ୍ରଧାନ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଲମ୍ବୋଦର ଆଜି ଅନୁଗୁଳରୁ ନିଜ ଘର ଛେଣ୍ଡିପଦାକୁ ଫେରୁଥିବା ସମୟରେ କୋଶଳା ତାରେଣୀ ଛକ ନିକଟରେ ଖରାପ ଅବସ୍ଥାରେ ଏକ ଟ୍ରକ୍ ଛିଡା ହୋଇଥିଲା । ଏହୋଇ ଟ୍ରକଟିକୁ ଲମ୍ବୋଦାର ଦେଖି ପାରି ନଥିବା ବେଳେ ଭାରସାମ୍ୟ ହରାଇ କାରଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଲମ୍ବୋଦର ପ୍ରଧାନ ଆହାତ ହେବା ସହ ଗାଡିରେ ଏୟାର ବେଲୁନ ଥିବା ଯୋଗୁଁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଥିବା ଦେଖି ପାତ୍ରପଡା ଗ୍ରାମର ଦୀପକ କୁମାର ସାହୁ ତାଙ୍କୁ ଛେଣ୍ଡିପଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି । Advertisement
ସୁଭଦ୍ରା ହତ୍ୟାକାରୀକୁ ଗିରଫ ଦାବିରେ ଗଣଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକ…
ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ ଅନୁଗୁଳ – ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଗୁଜରାଟ ଓ ଭାରତ ସରକାର ଆଧୁନିକୀକରଣ ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଯାହାକୁ…
ଲୁଟିନେଲେ ୪ ଲକ୍ଷ ୩୬ ହଜାର ତାଳଚେର – ସାଇବର ଠକଙ୍କ ପଞ୍ଝାରେ ପଡିଗଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬…