ମୁଖ୍ୟ ଖବର ବାଘ ମୃତ ଦେହ ଠାବ Angul OnlineDecember 18, 2021December 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଥିବା ଜଣା ପଡିଛି । ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାତୋପା ରେଞ୍ଜ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ବାତ୍ରାଖୋଲ ନିକଟରୁ ଗତକାଲି ରାତିରେ ଏକ ଅଣ୍ଡିରା କଲରାପତାରିଆ ବାଘ ମାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଏନେଇ ଖବର ପାଇବା ପରେ ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । Advertisement
ହାତଗଣ୍ଠି ପଡ଼ିଥାନ୍ତା – ପଡିଲା ହାତକଡି ଅନୁଗୁଳ – ଆଜି (ଗୁରୁବାର) ଥିଲା ବାହାଘର । ବରଯାତ୍ରୀ ଧରି , ରୋଷଣୀ କରି ଆସିଥାନ୍ତେ ଆଉ ବେଦିରେ ବସି ହାତଗଣ୍ଠି ପଡ଼ିଥାନ୍ତା । ହେଲେ…
୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ…
ଫିଲ୍ମ ଷ୍ଟାଇଲରେ ଆସିଲେ , ପୁଲିସ ଓ ଇନକମ ଟାକ୍ସ ଅଫିସର କହି ସୁନା ଲୁଟି ନେଲେ ତାଳଚେର – ଅକ୍ଷୟ କୁମାର ଅଭିନୀତ ସ୍ପେସିଆଲ ୨୬ ଢଙ୍ଗରେ ସୁନା ଆଉ ରୁପା ଲୁଟିନେଲେ ଲୁଟେରା । ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ…