ଅପରାଧ ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ Angul OnlineDecember 22, 2021December 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ ଏହାକୁ ନେଇ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ କୈାଣସି ସୁଫଳ ନ ମିଳିବାରୁ ଖମାର ଗ୍ରାମର ଭାଷ୍କର ସାହୁ ଏକ ଶଗଡରେ ତାଙ୍କ ମା ଓ ନାତୁଣିକୁ ଆଣି ବଗଡିଆ ରୁ ଖମାର ଯାଇଥିବା ଜାତୀୟ ରାଜପଥରେ ବସିବା ସହିତ ଫାଣ୍ଡିରେ ଭଙ୍ଗାରୁଜା କରିଥିଲେ । ମୁଖ୍ୟ ଫାଟକ , ଫଳକ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ଭିତରେ ପଶି ପୋଲିସ କ୍ୟାପ ,ଆସବାବ କାଗଜ ପତ୍ର ଆଦି ରାସ୍ତାକୁ ନେଇ ଆସି ଫିଙ୍ଗା ଫୋପଡା କରିଥିଲେ । ଏପରିକି ଫାଣ୍ଡି ଉପରକୁ ଢେଲା ମାଡ କରି କିଛି ସମୟ ପାଇଁ ଏକ ପ୍ରକାର ଆତଙ୍କ ଖେଳାଇ ଥିଲେ । ଫାଣ୍ଡି ଅଧିକାରୀ କୋର୍ଟ କାମରେ କଟକ ଯାଇଥିବା ବେଳେ ସେହି ସମୟରେ ଫାଣ୍ଡିରେ ଥିବା ଜଣେ ମାତ୍ର ପୁଲିସ କର୍ମଚାରୀ ଭୟରେ ଫାଣ୍ଡି ଛାଡି ପଳାଇଥିଲେ । ଯୁବକଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ସେ ଏଭଳି କରି ଚାଲିଥିବା ବେଳେ ପରେ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ପୁଲିସ ତାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । Advertisement
ମହିଳା ସଂଘ ସଦସ୍ଯାଙ୍କ ଠାରୁ ଟଙ୍କା ଠକେଇ ଘଟଣା- ମା ଓ ଝିଅ ଗିରଫ ଅନୁଗୁଳ – ମହିଳା ସଂଘର ସଭାନେତ୍ରୀ ହୋଇ ମହିଳାଙ୍କ ନାମରେ ବ୍ଯାଙ୍କରୁ ଋଣ ନେବା ସହ ମହିଳା ମାନଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇ ଫେରାର…
ପୁଲିସ କବଜାରେ ମୋଟରସାଇକେଲ ଚୋରି ଗ୍ୟାଙ୍ଗ ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ମୋଟରସାଇକେଲ ଲୁଟେରା । ଅନେକ ଦିନ ହେଲା ଅନୁଗୁଳ ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିବା ବେଳେ…
ଭୁଜାଲିରେ ହାଣି ଲୁଟି ନେଲେ ୨ ଲକ୍ଷ ଟଙ୍କା ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ…