ବେସରକାରୀ ସ୍କୁଲର ଦାଦାଗିରି – ଫି’ ନ ଦେବାରୁ ଟିସି ଦେଇ ବାହାର କରିଦେଲା ଛାତ୍ରଛାତ୍ରୀଙ୍କୁ

ଅନୁଗୁଳ – ସ୍କୁଲ କର୍ତ୍ତୁପକ୍ଷଙ୍କ ଦାଦାଗିରି ଫି ଦେଇ ପାରିଲେ ନାହିଁ ବୋଲି ଟିସି ଦେଇ ସ୍କୁଲରୁ ବାହାର କରି ଦେଲେ ଏଭଳି ଅଭିଯୋଗ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ନାଁରେ ଆସିଛି । ଯାହା ଫଳରେ ତିନି କୋମଳମତି ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧାରରେ କେବଳ ତିନି ଶିଶୁ ନୁହଁ । ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଳାସରୁ ମଧ୍ୟ ବାରଣ କରା ଯାଇଥିବା ଅଭିଯୋଗ ହୋଇଛି ସରକାରଙ୍କ ନିର୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରି ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ଏଭଳି ମାନମାନି କରୁଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ୨୩ ୱାର୍ଡ ନମ୍ବର ୱାର୍ଡରେ ରହୁଥିବା ସଞ୍ଜୟ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ଗୋଟିଏ ଝିଅ , ଦୁଇଟି ପୁଅ । ବଡ ଝିଅ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଦୁଇ ପୁଅ ୨ୟ ଓ ୩ୟ ଶ୍ରେଣୀରେ ପାଠ ପଢୁଥିଲେ କରୋନା ମହାମାରୀ ସମୟରେ ସଞ୍ଜୟଙ୍କ ରୋଜଗାର ୫ ପ୍ରାଣୀ କୁଟୁମ୍ବ ଚଳାଇବାରେ କଷ୍ଟକର ହୋଇ ପଡିଥିଲା ଏହ ପରେ ବୋଝ ଉପରେ ଲଳିତା ବିଡା ଭଳି ଦୁର୍ଘଟଣାଗ୍ରସ୍ତ ହୋଇ ସଞ୍ଜୟ ଡାକ୍ତରଖାନାରେ ଖର୍ଚ୍ଚାନ୍ତ ମଧ୍ୟ ହୋଇଥିଲେ । ଏହା ଫଳରେ ସେ ଆଉ ସ୍କୁଲ ଫି ଦେଇ ପାରି ନଥିଲେ । ସେପଟେ କିନ୍ତୁ ସ୍କୁଲ କର୍ତ୍ତୁପକ୍ଷ ଫି ଦେବାକୁ ବାଧ୍ୟ କରିଥିଲେ ରୋଜଗାର କମ ଥିବା ଯୋଗୁଁ ଏକା ସାଙ୍ଗରେ ଫି ନଦେଇ କିସ୍ତି କିସ୍ତି କରି ଫି ଦେବାକୁ ଅନୁରୋଧ କରିଥିଲେ ସଞ୍ଜୟ ଓ ତାଙ୍କ ସ୍ତ୍ରୀ ସଙ୍ଗୀତା ହେଲେ ଏକା ସାଙ୍ଗରେ ଫି ଦେବାକୁ ବାଧ୍ୟ କରିବା ସହ ସ୍କୁଲ କର୍ତ୍ତୁପକ୍ଷ ତିନି ପିଲାଙ୍କ ଟିସି ଧରେଇ ଦେଲେ ବୋଲି ସଞ୍ଜୟଙ୍କ ସ୍ତ୍ରୀ ସଙ୍ଗୀତା ଅଭିଯୋଗ କରିଛନ୍ତି ଯାହା ଫଳରେ ପ୍ରାୟ ପ୍ରାୟ ଏକ ବର୍ଷ ହେଲା ପିଲାଙ୍କ ପାଠ ପଢା ବନ୍ଦ ହୋଇ ଯାଇଛି ଏମାନଙ୍କ ବସ୍ତାନିରେ ଡୋରୀ ବନ୍ଧା ପଡିଛି ପାଠପଢିବାରୁ ବଞ୍ଚିତ କରିଛି ସ୍କୁଲ କରୋନା ସମୟରେ ଅନେକ ଲୋକ ରୋଜଗାର ହାରେଇଥିଲେ କୋଭିଡର ପ୍ରଭାବ ଯୋଗୁଁ ଏବେ ଯାଏଁ ଅଣ୍ଟା ସଲଖି ନାହିଁ ଅନେକ ଲୋକଙ୍କର ଏଥିପାଇଁ ସ୍କୁଲ ଗୁଡିକରେ ପିଲାଙ୍କ ଫି ନେବାକୁ ବାଧ୍ୟ ନ କରିବା ସହ କେବଳ ୟୁଟିଲାଇଜେସନ ଫି ର ୧୫ ପ୍ରତିଶତ ନେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ତେବେ ସରକାରଙ୍କ ଏହି ନିର୍ଦେଶକୁ ନ ମାନି ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲ ଆଡମିସନ ଫି ଠାରୁ ଅନ୍ୟାନ୍ୟ ଫି ଦେବାକୁ ବାଧ୍ୟ କରୁଛି ଆଉ ଏହି ଫି ନ ଦେବା ଫଳରେ ଅନେକ ପିଲାଙ୍କ ଅନଲାଇନ କ୍ଳାସ ମଧ୍ୟ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି ସ୍କୁଲ ଚାଲୁ ନଥିବାରୁ ସ୍କୁଲ ଯାଉ ନଥିବା ବେଳେ ଏବେ ପିଲା ଘରେ ରହି ଏକ ପ୍ରକାର ମାନନସିକ ଚାପରେ ରହୁଛନ୍ତି । କେବଳ ଯେ ପିଲା ମାନସିକ ଚାପରେ ରହୁଛି ତା ନୁହେଁ ଅଭିଭାବକ ମାନେ ମଧ୍ୟ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡି ଯାଇଛନ୍ତି । ସ୍କୁଲର ଏଭଳି ଜୁଲମ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଭାବକମାନେ ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି । ସ୍କୁଲର ଏଭଳି କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପିଲାଙ୍କ ଭବିଷ୍ୟତ ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି କରିଛନ୍ତି ।  ତେବେ ଏ ନେଇ ସ୍କୁଲ ଅଧ୍ୟକ୍ଷ ନିଖିଲ ମିଶ୍ର ଏଭଳି ଅଭିଯୋଗ ଖଣ୍ଡନ କରିବା ସହ ଏହା ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି । ସରକାରଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରା ଯାଉଛି ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page