ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ଦା ଗ୍ରାମର ପ୍ରଶାନ୍ତ କୁମାର ସାମଲ ଗୋଦାନା ଦୋକାନରୁ ସ୍କୁଟି (ଓଡି ୧୯ ୫୯୫୫)ରେ ଦାନା ନେଇ ଯାଉଥିବା ସମୟରେ ପଛ ପାଖରୁ ଆସୁଥିବା ଟ୍ରକ୍ (ଓଡି ୩୫ ସି ୯୦୦୩) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରଶାନ୍ତଙ୍କ ଡାହାଣ ଗୋଡ ଓ ହାତ ଉପରେ ଟ୍ରକ ଚଢି ଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ସହାୟତାରେ ପ୍ରଶାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା । Advertisement
ଭାରତୀୟ ଡାକ ସେବାରେ ସିଂହ ଦ୍ୱାର ତାଳଚେର – ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ସ୍ଥିତ କିଶୋର କ୍ଲବ ଠାରେ ଅପରାର୍ହ୍ନ ୫ଘଟିକା ସମୟ ରେ ଭାରତୀୟ ଡାକ ବିଭାଗ ଆନୁକୂଲ୍ୟରେ ତାଳଚେର ରାଜା…
ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ସହର ଆରଡି କଲୋନୀର ଡ୍ରେନରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଆଁକୁଲା ଗାଁର…
ପାଣି ଘେରରେ ଲୋକ ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର…