ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ଦା ଗ୍ରାମର ପ୍ରଶାନ୍ତ କୁମାର ସାମଲ ଗୋଦାନା ଦୋକାନରୁ ସ୍କୁଟି (ଓଡି ୧୯ ୫୯୫୫)ରେ ଦାନା ନେଇ ଯାଉଥିବା ସମୟରେ ପଛ ପାଖରୁ ଆସୁଥିବା ଟ୍ରକ୍ (ଓଡି ୩୫ ସି ୯୦୦୩) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରଶାନ୍ତଙ୍କ ଡାହାଣ ଗୋଡ ଓ ହାତ ଉପରେ ଟ୍ରକ ଚଢି ଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ସହାୟତାରେ ପ୍ରଶାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା । Advertisement
ହୋଲି ଖେଳି ତଣ୍ଡ ଗଣିଲେ ଯୁବକ କିଶୋରନଗର – ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲି ଖେଳ ଉପରେ କଟକଣା ଲଗାଇଥିଲେ । ତେବେ ଅନୁଗୁଳ…
ଆଦର୍ଶ ଗୃପ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠରେ ଥିବା ଆଦର୍ଶ ଇଞ୍ଜିନିୟରିଂ କଲେଜ ପରିସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଓଡିଶାର ମୁଖ୍ଯମନ୍ତ୍ରୀ…
ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ ଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଛି ।…