ଆଞ୍ଚଳିକ ନାଲକୋ ଘରୋଇକରଣକୁ ବିରୋଧ Angul OnlineJanuary 13, 2022January 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଉଦ୍ୟମ କରୁଥିବାରୁ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଏହାକୁ ଘୋର ବିରୋଧ କରିଛି । ୧୯୮୧ ମସିହାରେ ପ୍ରତିଷ୍ଠିତ ନାଲକୋ ବିଭିନ୍ନ ଲାଭାଂଶ ବାବଦକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୪୬ ହଜାର କୋଟି ଟଙ୍କା ଅଦ୍ୟାବଧି ଦେଇସାରିଛି । ରାଜ୍ୟ ଓ ଦେଶର ବିକାଶରେ ନାଲକୋର ଅବଦାନ ବେଶ ରହିଛି । କିନ୍ତୁ ଏସବୁ ସତ୍ତ୍ୱେ ନାଲକୋର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଯାହାକୁ ଏକ ହୀନ ପ୍ରୟାସ ବୋଲି ବିଭିନ୍ନ ଶ୍ରମିକ ସଙ୍ଗଠନ କହିଛନ୍ତି । ନାଲକୋ ଆରମ୍ଭ ଦିନଠାରୁ ଆଜିଯାଏ କେବେ କ୍ଷତି ସହି ନାହିଁ । ଏପରିକି ଚଳିତ ବର୍ଷ ୨୫ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲାଭ କରିଛି ନାଲକୋ । ଏହା ସତ୍ୱେ ନାଲକୋକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଚିନ୍ତା କରୁଛନ୍ତି । ଏକ ଲାଭଦାୟକ ସଂସ୍ଥାର ଘରୋଇକରଣ କରିବାର କଣ ଆବଶ୍ୟକତା ରହିଛି ବୋଲି ଶ୍ରମିକ ସଂଗଠନ ପ୍ରଶ୍ନ କରିବା ସହ ସାଧାରଣ ଶ୍ରମିକ ମାନଙ୍କ ପେଟ ପାଟଣା ଉପରେ କାହିଁକି ଗୋଇଠା ମାରିବାର ପ୍ରୟାସ କେନ୍ଦ୍ର ସରକାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ନାଲକୋର ଘରୋଇକରଣ କରିବାର ଯେଉଁ ପ୍ରୟାସ କରୁଛନ୍ତି ତାକୁ ବନ୍ଦ ନ କଲେ ଆଗାମୀ ଦିନରେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ହିନ୍ଦ୍ ମଜଦୂର ସଭା ପକ୍ଷରୁ କୁହା ଯାଇଛି । ହିନ୍ଦ୍ ମଜଦୂର ସଭା ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ କରିବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଙ୍ଘର ସଭାପତି ତ୍ରିଲୋଚନ ପ୍ରଧାନ, ଯୁବ ନେତା ଅରୁଣାଭ ସିଂହ ପ୍ରମୁଖ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ମାଧ୍ୟମରେ ଘରୋଇକରଣକୁ ବନ୍ଦ କରିବା ପାଇଁ ଏକ ଦାବି ପତ୍ର ଦେବା ବେଳେ ଉପସ୍ଥିତ ଥିଲେ । Advertisement
ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଅନୁଗୁଳ – ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ…
ମା’ବାୟାଣୀ ଯାତ୍ରା ସମ୍ପନ୍ନ – ଦୁଇ ବର୍ଷ ପରେ ଯାତ୍ରାରେ ଜନ ସମାଗମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ବହୁ ଜନସମାଗମରେ ଶୃଙ୍ଖଳାର ସହ ରବିବାର ଗ୍ରାମବାସୀଙ୍କ…
ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଅନୁଗୁଳ – ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି…