ଭଲ ଖବର ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ Angul OnlineJanuary 25, 2022January 25, 2022 ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪ ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୧୯ ଜଣ ଆଓ୍ୱାର୍ଡ ପାଇବେ । ପୁଲିସ ଆଇଜି ଏସ. ପ୍ରବୀଣ କୁମାର, ଅସିତ ପାଣିଗ୍ରାହୀ, ଭଦ୍ରକ ଏସପି ଚରଣ ସିଂ ମୀନା, ବ୍ରହ୍ମପୁର ଏସପି ପିନାକ ମିଶ୍ର ଏହି ପଦକ ପାଇବେ । ଏ ନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟମାନେ ହେଲେ ସମ୍ୱଲପୁର ଅତିରିକ୍ତ ଏସ୍ପି ତପନ କୁମାର ମହାନ୍ତି , ଓଏପିଏସ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାଧବାନନ୍ଦ ପ୍ରଧାନ , ରାଜ୍ୟ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଏ.ଶ୍ରୀନିବାସ ଦୋରା , ସିଆଇଡି ଇନ୍ସପେକ୍ଟର ରତ୍ନାପ୍ରଭା ଶତପଥୀ, ବ୍ରହ୍ମପୁର ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀ, ସିଆଇଡି ସବ୍ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, କୋରାପୁଟ ସବ୍ ଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ, ଡେପୁଟୀ ସୁବେଦାର ଓଏସ୍ଏପି ସେକେଣ୍ଡ ବାଟାଲିୟନ୍ , କୋରାପୁଟ ପୋଲିସ ଏଏସ୍ଆଇ ସୀମାଞ୍ଚଳ ବେହେରା, ଭିଜିଲାନ୍ସ ଏଏସ୍ଆଇ ପ୍ରଣବ କୁମାର ନାୟକ, ଟିଟିଆଇ ଭୁବନେଶ୍ୱର ହାବିଲଦାର ଅଶୋକ କୁମାର ସାମନ୍ତରାୟ , କନେଷ୍ଟବଳ କିରଣ ଚନ୍ଦ୍ର ପାତ୍ର, କନେଷ୍ଟବଳ ଗୌତମ ପାତ୍ର , ଅନୁଗୁଳ କନେଷ୍ଟବଳ ସୁକେଶ ପ୍ରଧାନ, ଗୁଇନ୍ଦା କନେଷ୍ଟବଳ ସୁଶାନ୍ତ କୁମାର ରାଉତରାୟ, ଭିଜିଲାନ୍ସ କନେଷ୍ଟବଳ ରଶ୍ମୀରେଖା ପଣ୍ଡା ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇବେ । Advertisement
ବିଶ୍ଵାସ ଜିତୁଛି କୋଭିଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ରୁମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ସୁରୁଖୁରୁରେ ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଅନୁଗୁଳ…
ଜମିଜମା ରେକର୍ଡ କମ୍ପୁଟରୀକରଣରେ ଅନୁଗୁଳକୁ ମିଳିବ ଜାତୀୟ ପ୍ଲାଟିନମ ପୁରସ୍କାର ଭୁବନେଶ୍ୱର – ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରଷ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି…
୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ NTPC TTPS ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର…