ଅପରାଧ ମହିଳାଙ୍କୁ ହତ୍ୟା !! – କୂଅ ଭିତରୁ ମୃତଦେହ ଉଦ୍ଧାର Angul OnlineJanuary 29, 2022January 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଟାଙ୍ଗରସାହିର ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ରାଇଝରଣ ଟାଙ୍ଗରସାହିର ଶତ୍ରୁଘ୍ନ ସାହୁଙ୍କ ପୁଅ ପଦ୍ମଚରଣ ଗତ ୨୦୦୯ ମସିହାରେ ଜରପଡା ଥାନା କୁଶକିଳା ଗ୍ରାମର ଚେରୁ ପ୍ରଧାନଙ୍କ ଝିଅ ମିଲିଙ୍କୁ ବିବାହ କରିଥିଲେ । ମିଲିଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଶନିବାର ଅପରାହ୍ନ ୪ଟା ବେଳେ ମିଲି, ତାଙ୍କ ସ୍ୱାମୀ ପଦ୍ମ ଏବଂ ଦେଢଶୁର ଇନ୍ଦ୍ରମଣି ଘର ଠାରୁ ୫ଶହ ମିଟର ଦୂରରେ ଥିବା ତାଙ୍କ ବଗିଚାକୁ ପାଣି ମଡାଇବା ପାଇଁ ଯାଇଥିଲେ । ପାଣିମଡାଇ ସାରି ପଦ୍ମ ଏବଂ ତାଙ୍କ ଭାଇ ଇନ୍ଦ୍ରମଣି ଘରକୁ ଫେରିଥିବା ବେଳେ ମିଲି କିନ୍ତୁ ଫେରି ନଥିଲେ । ମିଲି ବଗିଚାରୁ ନଫେରିବା ନେଇ ପଡୋଶୀ ମାନେ ମିଲିଙ୍କ ବାପ ଘରକୁ ଖବର ଦେଇଥିଲେ । ଖବର ପାଇ ମିଲିଙ୍କ ଭାଇ ସନ୍ତୋଷ ଏବଂ ଗ୍ରାମର କିଛି ଲୋକ ମିଲିଙ୍କୁ ଖୋଜିବା ପାଇଁ ବଗିଚାକୁ ଯାଇଥିଲେ । ସେଠାରେ ମିଲି ନଥିବା ବେଳେ କୂଅ ପାଖରେ ଏକ ରକ୍ତ ଭିଜା କାଙ୍କ , ରକ୍ତ ଭିଜା ପଥର ଏବଂ କିଛି ଭଙ୍ଗା ଚୂଡି ପାଇଥିଲେ । ଭଉଣୀଙ୍କୁ ମାରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରି ସନ୍ତୋଷ ନିଶା ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚିବା ସହିତ ପଦ୍ମ ଏବଂ ଇନ୍ଦ୍ରମଣିଙ୍କୁ ଅଟକ ରଖିଛନ୍ତି । ଖବର ଲେଖାହେବା ସୁଦ୍ଧା କୂଅ ଭିତରୁ ମିଲିର ଶବକୁ ଉଦ୍ଧାର କରାଯାଇ ନାହିଁ । ଅପର ପକ୍ଷରେ କିଛି ଦିନ ପୂର୍ବେ ମିଲି ତାଙ୍କ ଦେଢଶୁର ଇନ୍ଦ୍ରମଣୀଙ୍କ ସହିତ ପାଟିତୁଣ୍ଡ ହୋଇଥିବାରୁ ଉଭୟେ ପଦ୍ମ ଏବଂ ଇନ୍ଦ୍ରମଣୀ ଭଉଣୀକୁ ମାରି କୂଅ ଭିତରେ ଫିଙ୍ଗି ଦେଇଥିବା ଥିବା ନେଇ ମିଲିଙ୍କ ଭାଇ ସନ୍ତୋଷ ଅଭିଯୋଗ କରିଛନ୍ତି । ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ଦୋକାନୀଙ୍କୁ ଧମକାଇ ଲୁଟେରା ଲୁଟିନେଲେ ୭୦ ହଜାର ଟଙ୍କା ଅନୁଗୁଳ – କିଛି ଦିନ ତଳେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୁଟ କରୁଥିବା ଏକ ଲୁଟେରା ଗ୍ଯାଙ୍ଗକୁ ଅନୁଗୁଳ ପୁଲିସ ଗିରଫ କରି କୋର୍ଟ ଚାଲାଣ…
ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ କାରାଦଣ୍ଡ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅନୁଗୁଳ ଜିଲ୍ଲା ଖମାର ଥାନା ପରମାନନ୍ଦପୁର ଗାଁର ଜଣ୍ଡକା ଓରଫ ରାମ ପୂର୍ତ୍ତି(୫୭)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି…
ସୁନା ଚେନ ଲୁଟେରା ଗ୍ୟାଙ୍ଗ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଆନ୍ତରାଜ୍ୟ ସୁନାଚେନ ଲୁଟେରା ଗ୍ୟାଙ୍ଗ । ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିବା ସହ ତାଙ୍କ…