ଅପରାଧ ମହିଳାଙ୍କୁ ହତ୍ୟା !! – କୂଅ ଭିତରୁ ମୃତଦେହ ଉଦ୍ଧାର Angul OnlineJanuary 29, 2022January 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଟାଙ୍ଗରସାହିର ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ରାଇଝରଣ ଟାଙ୍ଗରସାହିର ଶତ୍ରୁଘ୍ନ ସାହୁଙ୍କ ପୁଅ ପଦ୍ମଚରଣ ଗତ ୨୦୦୯ ମସିହାରେ ଜରପଡା ଥାନା କୁଶକିଳା ଗ୍ରାମର ଚେରୁ ପ୍ରଧାନଙ୍କ ଝିଅ ମିଲିଙ୍କୁ ବିବାହ କରିଥିଲେ । ମିଲିଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଶନିବାର ଅପରାହ୍ନ ୪ଟା ବେଳେ ମିଲି, ତାଙ୍କ ସ୍ୱାମୀ ପଦ୍ମ ଏବଂ ଦେଢଶୁର ଇନ୍ଦ୍ରମଣି ଘର ଠାରୁ ୫ଶହ ମିଟର ଦୂରରେ ଥିବା ତାଙ୍କ ବଗିଚାକୁ ପାଣି ମଡାଇବା ପାଇଁ ଯାଇଥିଲେ । ପାଣିମଡାଇ ସାରି ପଦ୍ମ ଏବଂ ତାଙ୍କ ଭାଇ ଇନ୍ଦ୍ରମଣି ଘରକୁ ଫେରିଥିବା ବେଳେ ମିଲି କିନ୍ତୁ ଫେରି ନଥିଲେ । ମିଲି ବଗିଚାରୁ ନଫେରିବା ନେଇ ପଡୋଶୀ ମାନେ ମିଲିଙ୍କ ବାପ ଘରକୁ ଖବର ଦେଇଥିଲେ । ଖବର ପାଇ ମିଲିଙ୍କ ଭାଇ ସନ୍ତୋଷ ଏବଂ ଗ୍ରାମର କିଛି ଲୋକ ମିଲିଙ୍କୁ ଖୋଜିବା ପାଇଁ ବଗିଚାକୁ ଯାଇଥିଲେ । ସେଠାରେ ମିଲି ନଥିବା ବେଳେ କୂଅ ପାଖରେ ଏକ ରକ୍ତ ଭିଜା କାଙ୍କ , ରକ୍ତ ଭିଜା ପଥର ଏବଂ କିଛି ଭଙ୍ଗା ଚୂଡି ପାଇଥିଲେ । ଭଉଣୀଙ୍କୁ ମାରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରି ସନ୍ତୋଷ ନିଶା ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚିବା ସହିତ ପଦ୍ମ ଏବଂ ଇନ୍ଦ୍ରମଣିଙ୍କୁ ଅଟକ ରଖିଛନ୍ତି । ଖବର ଲେଖାହେବା ସୁଦ୍ଧା କୂଅ ଭିତରୁ ମିଲିର ଶବକୁ ଉଦ୍ଧାର କରାଯାଇ ନାହିଁ । ଅପର ପକ୍ଷରେ କିଛି ଦିନ ପୂର୍ବେ ମିଲି ତାଙ୍କ ଦେଢଶୁର ଇନ୍ଦ୍ରମଣୀଙ୍କ ସହିତ ପାଟିତୁଣ୍ଡ ହୋଇଥିବାରୁ ଉଭୟେ ପଦ୍ମ ଏବଂ ଇନ୍ଦ୍ରମଣୀ ଭଉଣୀକୁ ମାରି କୂଅ ଭିତରେ ଫିଙ୍ଗି ଦେଇଥିବା ଥିବା ନେଇ ମିଲିଙ୍କ ଭାଇ ସନ୍ତୋଷ ଅଭିଯୋଗ କରିଛନ୍ତି । ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ବୁଧବାର ଦିନ ମାନ୍ୟବର…
ଭେଣ୍ଡିଂ ଜୋନ୍ରେ ନିଶା କାରବାର – ଦମ୍ପତି ଗିରଫ ଅନୁଗୁଳ – ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଏଥି…
ବିଡ଼ିଓଙ୍କ ବାସଭବନରୁ ଚୋରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ବାସଭବନରୁ ଚୋରୀ ହୋଇଥିବା ନେଇ ଆଜି ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ…