ଅପରାଧ ଜେଲ ଗଲେ କୋଟିପତି ଜେଇ Angul OnlineFebruary 2, 2022February 2, 2022 ଅନୁଗୁଳ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜେଇ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରା ଯାଇଥିଲା । ତାଙ୍କର ସରକାରୀ ବାସଭବନ ସହ କୁମଣ୍ଡ ଓ ଆମ୍ବପାଳସ୍ଥିତ ପୈତୃକ ଘର ଓ ଢେଙ୍କାନାଳ ମେରାମଣ୍ଡଳୀସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରା ଯାଇଥିଲା । କଟକ ଭିଜିଲାନ୍ସର ଦୁଇଜଣ ଡ଼ିଏସପିଙ୍କ ସମେତ ଅନୁଗୁଳ ଡ଼ିଏସପି ଓ ଅନ୍ୟ ଅଫିସର ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଜେଲ ପଠା ଯାଇଛି । ଭିଜିଲାନ୍ସ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ବିରଞ୍ଚି ଜେଇ ଚାକିରି କରିଥିବା ବେଳେ ତାଙ୍କର କୁମଣ୍ଡରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ଏବଂ ଆମ୍ବପାଳରେ ଗୋଟିଏ ଏକ ମହଲା ବିଶିଷ୍ଟ ଘର ରହିଛି । ଏହା ସହ କୁମଣ୍ଡରେ ୩ ଟି ପ୍ଲଟ ଏବଂ ଆମ୍ବପାଳରେ ଗୋଟିଏ ପ୍ଳଟ ରହିଛି । ଏହା ସହ ଚଢାଉ ବେଳେ ତାଙ୍କ ଏବଂ ତାଙ୍କ ପରିବାର ନାମରେ ୧ କୋଟି ୧୧ ଲକ୍ଷ ୭୧ ହାଜର ୨୮୫ ଟଙ୍କା ବ୍ୟାଙ୍କ ଡିପୋଜିଟ , ଗୋଟିଏ କାର , ୪ ଟି ଦୁଇ ଚକିଆ ଯାନ , ୧୨ ଲକ୍ଷ ୫୬ ହଜାର ୫୧୫ ଟଙ୍କାର ଇନସୁରାନ୍ସ , ୨୬୧ ଗ୍ରାମ ସୁନା ଭଳି ୨ କୋଟି ୨୬ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବା ଭିଜିଲାନ୍ସ ଠାବ କରିଛି । ତେବେ ଏ ସବୁ ସମ୍ପତ୍ତିର ହିସାବ ଦେଇ ନପାରିବାରୁ ବିରଞ୍ଚିଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରା ଯାଇଥିଲା । Advertisement
ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ…
ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ – ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ଏହି ଘଟଣାରେ ପୁଲିସ…
ଉପ-ବାଚସ୍ପତିଙ୍କ ବାସଭବନ ଆଗରେ ପୁଲିସକୁ ଆକ୍ରମଣ(ଭିଡିଓ) ଅନୁଗୋଳ – ଅନୁଗୋଳ ବିଧାୟକ ତଥା ବିଧାନସଭା ଉପ – ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ଦୁଇ ଜଣ ଯୁବକଙ୍କ ଉନ୍ମତକାଣ୍ଡ ।…