ବାଣିଜ୍ୟ ନାଲକୋ ଘରୋଇକରଣ ପ୍ରସଙ୍ଗ – ଲୋକସଭାରେ ସାଂସଦଙ୍କ ପ୍ରଶ୍ନ Angul OnlineFebruary 3, 2022February 3, 2022 ଅନୁଗୁଳ – କେନ୍ଦ୍ର ସରକାର ନାଲକୋର ଘରୋଇକରଣ କରିବାକୁ ଯୋଜନା କରୁଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନ ତଥା ଅଞ୍ଚଳବାସୀ ଏହାକୁ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଦାୟକ ସଂସ୍ଥା ହୋଇଥିବା ବେଳେ ଏହାକୁ କାହିଁକି ଘରୋଇକରଣ କରାଯିବ ବୋଲି ପ୍ରଶ୍ନ କରିବା ସହ ଅନେକ ଦିନ ହେଲା ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିରୋଧ କର ଯାଉଛି । ଆଜି (ଗୁରୁବାର)ଢେଙ୍କାନାଳ ସାଂସଦ ମହେଶ ସାହୁ ଲୋକସଭାରେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ ଶ୍ରୀ ସାହୁ କେନ୍ଦ୍ର ଅର୍ଥ ଏବଂ ଖଣି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କି ନାଲକୋ ଏକ ନବରତ୍ନ କମ୍ପାନୀ । ଓଡ଼ିଶାରେ ଏହି କମ୍ପାନୀ ପ୍ରତ୍ୟକ୍ଷ ଭାବେ ୬ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇଛି । କମ୍ପାନୀରେ ପରିଚାଳନାଗତ ଅବ୍ୟବସ୍ଥା ନେଇ କେନ୍ଦ୍ର ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଚାହୁଁଛି । ଓଡ଼ିଶା ବାସୀ ଏହି ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସାଂସଦ ମହେଶ ସାହୁ ପ୍ରଶ୍ନ ଉଠାଇଛନ୍ତି । Advertisement
ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ ଅନୁଗୁଳ – ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡା ପକ୍ଷରୁ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର…
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…