ବାଣିଜ୍ୟ ନାଲକୋ ଘରୋଇକରଣ ପ୍ରସଙ୍ଗ – ଲୋକସଭାରେ ସାଂସଦଙ୍କ ପ୍ରଶ୍ନ Angul OnlineFebruary 3, 2022February 3, 2022 ଅନୁଗୁଳ – କେନ୍ଦ୍ର ସରକାର ନାଲକୋର ଘରୋଇକରଣ କରିବାକୁ ଯୋଜନା କରୁଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନ ତଥା ଅଞ୍ଚଳବାସୀ ଏହାକୁ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଦାୟକ ସଂସ୍ଥା ହୋଇଥିବା ବେଳେ ଏହାକୁ କାହିଁକି ଘରୋଇକରଣ କରାଯିବ ବୋଲି ପ୍ରଶ୍ନ କରିବା ସହ ଅନେକ ଦିନ ହେଲା ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିରୋଧ କର ଯାଉଛି । ଆଜି (ଗୁରୁବାର)ଢେଙ୍କାନାଳ ସାଂସଦ ମହେଶ ସାହୁ ଲୋକସଭାରେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ ଶ୍ରୀ ସାହୁ କେନ୍ଦ୍ର ଅର୍ଥ ଏବଂ ଖଣି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି କି ନାଲକୋ ଏକ ନବରତ୍ନ କମ୍ପାନୀ । ଓଡ଼ିଶାରେ ଏହି କମ୍ପାନୀ ପ୍ରତ୍ୟକ୍ଷ ଭାବେ ୬ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇଛି । କମ୍ପାନୀରେ ପରିଚାଳନାଗତ ଅବ୍ୟବସ୍ଥା ନେଇ କେନ୍ଦ୍ର ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଚାହୁଁଛି । ଓଡ଼ିଶା ବାସୀ ଏହି ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସାଂସଦ ମହେଶ ସାହୁ ପ୍ରଶ୍ନ ଉଠାଇଛନ୍ତି । Advertisement
ଲକ୍ଷ୍ମୀ ହୋଣ୍ଡାର ପୂଜା ଅଫର ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ scratch & win…
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…