ଆଞ୍ଚଳିକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର Angul OnlineFebruary 6, 2022February 6, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର ହୋଇଥିବା ଜଣା ପଡିଛି । ଏହା ସହ ଗାଡିରେ ଥିବା ବେଳେ ହେଲପର ଓ ଫାର୍ମାସିଷ୍ଟିଙ୍କୁ ମଧ୍ୟ ଆହତ ହୋଇଛନ୍ତି l ସୂଚନା ଅନୁସାରେ ଗତ କାଲି ଏକ ୧୦୮ ଆମ୍ବୁଲାନ୍ସ ସମ୍ବଲପୁର ବୁର୍ଲା ମେଡିକାଲରୁ ରୋଗିନେଇ କଟକ ଛାଡିବା ପରେ ଆଜି ଜରପଡା-ଛେଣ୍ଡିପଦା ରାସ୍ତା ଦେଇ ସମ୍ବଲପୁରକୁ ଫେରୁଥିଲା । ତେବେ ଛେଣ୍ତିପଦା ପୁରୁଣା ଫୟାରଷ୍ଟେସନ ନିକଟ ନର୍ସରି ସମ୍ମୁଖରେ ୧୦୮ ଆମ୍ବୁଲାନ୍ସ ଆଗକୁ ହଠାତ ଏକ ଷଣ୍ଢ ଆସିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ହେଲପର ଓ ଫାର୍ମାସିଷ୍ଟ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନିୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଛେଣ୍ତିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । Advertisement
ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବୀ ନେଇ ମଙ୍ଗଳବାର ଅନିର୍ଦିଷ୍ଟ ସମୟ କାଳ ପାଇଁ…
ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି…
ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି…