ଅପରାଧ ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ Angul OnlineFebruary 8, 2022February 8, 2022 ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ ଥିବା ତେବେ ନିଅନ୍ତୁ । ଏଭଳି କହି ନକଲି ସୁନା ବିକିବାକୁ ଚେଷ୍ଟା କରୁଥିବା ବେଳେ ତିନି ଜଣ ଠକ ଧରା ପଡିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ହେମସୁରପଡାର ଦଣ୍ଡି ବନ୍ଧ ନିକଟରେ ଥିବା କିଛି ଘରକୁ ପଶ୍ଚିମବଙ୍ଗର ତିନିଯୁବକ ଆସିଥିଲେ । ସେହି ଘର ଲୋକଙ୍କୁ ଏହି ତିନିଯୁବକ ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସେମାନେ ଏକ ୨୦୦ ଗ୍ରାମର ସୁନା ମୁଣ୍ଡା ପାଇଛନ୍ତି ଆଉ ତାକୁ ବିକିବାକୁ ଚାହୁଛନ୍ତି ବୋଲି କହିଥିଲେ । ଯଦି କିଣିବାକୁ ଚାହୁଁଛନ୍ତି ତେବେ ପରଖି ନିଅନ୍ତୁ ବୋଲି ମଧ୍ୟ କହିଥିଲେ । ତେବେ ଘର ଲୋକ ମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳକୁ ଯାଇ ତିନିଜଣ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି । ତେବେ ସୂଚନା ଅନୁସାରେ ସୁନା ପରଖିବାକୁ କହିବା ବେଳେ ସେମାନେ ଅସଲି ସୁନା ଦେଖାଇ ପରବର୍ତ୍ତୀ ସମୟରେ ସେହି ସୁନାକୁ ବଦଳାଇ ନକଲି ସୁନା ବଦଳରେ ଟଙ୍କା ନେଇ ଚମ୍ପଟ ମାରିଥାନ୍ତେ । ଏଭଳି ଠକଙ୍କ ହାବୁଡରେ ପୂର୍ବରୁ ଅନେକ ଲୋକ ପଡିବାର ନଜିର ମଧ୍ୟ ରହିଛି । Advertisement
ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଆକ୍ରମଣ କରିଥିବା…
ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଦାବିରେ ଏସ୍.ପି ଅଫିସ ଘେରାଉ ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମର ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଓ ଅନ୍ୟାନ୍ୟ…
ବିପୁଳ ପରିମାଣର ନକଲି ମଦ , ଠିପି ଓ ମେସିନ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିଛି ।…