ଅପରାଧ ଜ୍ଵାଇଁ ଘର ନିକଟରୁ ଶଶୁରଙ୍କ ଝୁଲନ୍ତା ଶବ ଉଦ୍ଧାର Angul OnlineJanuary 10, 2021January 10, 2021 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଶିତଲା ହଟିଙ୍ଗ ଅଞ୍ଚଳର ଏକ ଗଛରେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗାଁଦିଆ ଅଞ୍ଚଳର ପୀତବାସ ପ୍ରଧାନ(୬୦) । ଝୁଲୁଥିବା ମୃତ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପୀତବାସ , ଗତ ୫ଦିନ ତଳେ ନିଜ ଝିଅ ଜ୍ଵାଇଁ ରହୁଥିବା ଶିତଲା ହଟିଙ୍ଗ ଘରକୁ ଆସି ରହୁଥିବା ଝିଅ ଜ୍ଵାଇଁ ସୂଚନା ଦେଇଛନ୍ତି । ପାରିବାରିକ କଳହ ପାଇଁ ସେ ନିଜ ଗାମୁଛାରେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରକାଶ କରିଛି । ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । Advertisement
ନାବାଳିକା ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଜଣେ ନାବାଳିକାକଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେବା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଅଭିଯୁକ୍ତ ଜରପଡ଼ା…
ମୋଟରସାଇକେଲରେ ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୦ ହଜାର ଟଙ୍କା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ବାୟାଣୀ ପିଠ ନିକଟସ୍ଥ ଫାକ୍ସନ ଠାରେ କେଟିଏମ ମୋଟରସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଜଣେ ଫାଇନାନ୍ସ କର୍ମଚାରୀଙ୍କ…
ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ…