ଅପରାଧ ନକଲି ମଦ ଠିପି ଓ ଲେବଲ ଜବତ ଘଟଣା – ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅବକାରୀ ବିଭାଗ Angul OnlineFebruary 24, 2022February 24, 2022 ଅନୁଗୁଳ – ଅନୁଗୁଳ ସହର ଉପଖଣ୍ଡ ରାଣିଗୁଡାରୁ ଗତ ଫେବ୍ରୁଆରି ମାସ ୫ ତାରିଖ ଦିନ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଅନୁଗୁଳ ଅବକାରୀ ମିଳିତ ଚଢାଉ କରି ଏକ ଭଡା ଘରୁ ବିପୁଳ ପରିମାଣର ନକଲି ମଦ ତିଆରି ପାଇଁ ବ୍ୟବହୃତ ଠିପି , ଲେବଲ , ଏକ୍ସସାଇଜ ଆଢେସିଭ ଲେବଲ ଆଦି ଜବତ କରିଥିଲେ । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜୟ ପ୍ରକାଶ ଗୁପ୍ତା ଫେରାର ହୋଇ ଯାଇଥିଲା । ଆଜି ଫେରାର ଜୟ ପ୍ରକାଶକୁ ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି । ଜୟ ପ୍ରକାଶ ଆଜି ଅନୁଗୁଳ ଆସୁଥିବା ଖବର ପାଇ ଅବକାରୀ ବିଭାଗ ଜଗି ରହିଥିଲା । ଆଉ ସେ ବଅଁରପାଳ ନିକଟରେ ଥିବା ବେଳେ ଅବକାରୀ ବିଭାଗ କାବୁ କରି ନେଇଥିଲା । ସେ ଏହି କଲିକତାରୁ ଠିପି ଓ ସିଲ ଆଣି ରାଜ୍ୟର ବିଭିନ୍ନ ନକଲି ମଦ ତିଆରି କରୁଥିବା ମାଫିଆ ଙ୍କୁ ଯୋଗାଉଥିଲା ବୋଲି ସୂଚନା ମିଳିଛି । କଟକ ଅବକାରୀ ବିଭାଗ ତାକୁ ଏ ନେଇ ପଚରାଉଚୁରା କରୁଛି । ଏହି ବେପାରରେ ଆଉ କାହାରି ସମପୃକ୍ତି ଅଛି ନା ନାହିଁ , କେଉଁଠାରୁ ଆଣି କାହା କାହକୁ ଏ ସବୁ ନକଲି ସାମଗ୍ରୀ ଯୋଗାଉଥିଲା ପଚରା ଉଚୁରା ପରେ ସ୍ପଷ୍ଟ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହା ଯାଇଛି । Advertisement
୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
ନବଜାତକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳରେ ପୂଣି ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଅନୁଗୁଳ ସହର ଡେଲି ମାର୍କେଟ ଭିତରୁ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖିବାକୁ…