ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପିର ଦିଲୀପ ଅନୁଗୁଳ ଓ ଯୋଗମାୟା ଆଠମଲ୍ଲିକରୁ ହେବେ ପ୍ରାର୍ଥୀ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ତିନୋଟି ପୌର ପରିଷଦର ନଗରପାଳ ପଦବୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ରବିବାର ସନ୍ଧ୍ୟାରେ ତିନୋଟି ନଗରପାଳ ପଦବୀ ପାଇଁ ବିଜେପିର ପ୍ରାର୍ଥୀ ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଅନୁଗୁଳ ପାଇଁ ଦିଲୀପ କୁମାର ପ୍ରଧାନ, ତାଳଚେର ପାଇଁ ଯଯାତି କେଶରୀ ପଟ୍ଟନାୟକ, ଏବଂ ଆଠମଲ୍ଲିକ ପାଇଁ ଯୋଗମାୟା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ ପୂର୍ବରୁ ତାଳଚେର ଏବଂ ଆଠମଲ୍ଲିକ ପାଇଁ ପ୍ରାର୍ଥୀ ଚୟନ ସରିଥିବା ବେଳେ ଅନୁଗୁଳ ପାଇଁ ରବିବାର ଅପରାହ୍ନରେ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଞ୍ଚାଳନ ସମିତି ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି , ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଏବଂ ପ୍ରତିମା ମିଶ୍ର, ପ୍ରମୁଖ ଉପସ୍ଥିତ ରହି ଦିଲ୍ଲୀପ ପ୍ରଧାନଙ୍କ ନାମ ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ,ଜିଲ୍ଲା ସମ୍ପାଦକ ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page