ରାଜନୀତି ବିଜେପିର ମୌନ ସତ୍ୟାଗ୍ରହ Angul OnlineMarch 14, 2022March 14, 2022 ଅନୁଗୁଳ – ସାରା ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଧି ଅଭିଯୋଗ ଓ ଚିଲିକାର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଏକ ମୌନ ସତ୍ୟାଗ୍ରହ ଅନୁଗୁଳ ତହସିଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ରାଜ୍ୟରେ ଦୀର୍ଘ ଦିନ ବିଜେଡି ସରକାରରେ ରହିବା ପରେ କ୍ଷମତା ନିଶାରେ ଅହଙ୍କାରୀ ହୋଇଯାଇଛି ବୋଲି କହିଥିଲେ । ବିଜେଡ଼ି ନେତା ମନ୍ତ୍ରୀ ମାନେ ବିଭିନ୍ନ ସଙ୍ଗିନ ଅପରାଧିକ କାର୍ଯ୍ୟରେ ଲିପ୍ତ , ସବୁ ନେତାଙ୍କ ନାମରେ ପ୍ରାୟତଃ ଦାଗ ଲାଗିଛି , ଧର୍ଷଣ , ହତ୍ୟା , ଅଙ୍ଗ ତସକରିରେ ବିଜେଡି ମନ୍ତ୍ରୀ ମାନେ ଛନ୍ଦି ହୋଇ ପଡିଛନ୍ତି । ଦୁର୍ନୀତି କଥା ନ କହିଲେ ଭଲ , ସବୁଠି, ସବୁଆଡେ ଦୁର୍ନୀତି, ବୋଲି ପ୍ରାକ୍ତନ ସାଂସଦ ଅଭିଯୋଗ କରିଛନ୍ତି । ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ କ୍ଷମତା ନିଶାରେ ଅହଙ୍କାରୀ ହୋଇ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କଲେ ଯାହାକି ଓଡ଼ିଶା ଇତିହାସରେ ପ୍ରଥମ । ଏ ପରିପ୍ରେକ୍ଷୀରେ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଣି ଦାବୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ବିଶ୍ୱଜିତ ମିଶ୍ର, ସୁନୀଲ କୁମାର ସାହୁ, ଦିଲୀପ କୁମାର ଦାସ, ନମିତା ଦଳ ବେହେରା, ସୁଷମା ବେହେରା, କଳ୍ପନା ସାହୁ, ବିଜୟ ମାଝୀ, ସରିତା ମିଶ୍ର, ମହମ୍ମଦ ସବୀର, ରାଜେଶ ଜିନ୍ଦଲ, ଗୋପାଳ ଦାସ କମଳ କାନ୍ତ ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । Advertisement
ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା…
ବିପ୍ଳବ ଓ ଦିନେଶଙ୍କୁ ନୁଆଁ ଦାୟୀତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିର ଯୁବ ସଭାପତି ତଥା ବସୁଧା ଜଳ ଯୋଗାଣ(ଗ୍ରାମ୍ଯ) ଉପଦେଷ୍ଟା ଦିନେଶ ପ୍ରଧାନ ଓ କଂଗ୍ରେସ ଛାଡି ନୁଆଁ କରି ବିଜୁ…
ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି – ଧର୍ମେନ୍ଦ୍ର ପ୍ରଧାନ ତାଳଚେର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି…