ଅପରାଧମୁଖ୍ୟ ଖବର ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ Angul OnlineJanuary 12, 2021January 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ । ଏହି ବର୍ବରକାଣ୍ଡ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗାଁର କେନ୍ଦୁସାହିରେ ଘଟିଛି । ମୃତକଙ୍କ ନାଁ ରାଜକିଶୋର ପ୍ରଧାନ । ଘଟଣାସ୍ଥଳରେ ହଣ୍ଡପା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ଖୋଳତାଡ କରୁଛି । ସୂଚନା ମୃତ ରାଜ କିଶୋର ପ୍ରଧାନ ଆଜି ସକାଳୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଆଉ ଏଥିରେ ଅତିଷ୍ଠ ହୋଇ କେହି ତାଙ୍କୁ ଏଭଳି ବିଭତ୍ସ ହତ୍ୟା କରିଥିବା ସନ୍ଦେହ କରା ଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । Advertisement
କବାଡ଼ି ଦୋକାନରୁ ଚୋରି ସାମଗ୍ରୀ ଜବତ – ଚାରି ଗିରଫ ଅନୁଗୁଳ – ଅନୁଗୁଳ ସହରର ଏକ ହୋଟେଲରୁ ଚୋରି ଓ ବିଭିନ୍ନ ଦୋକାନ ଏବଂ ଅଫିସରୁ ଏସି ପାଇପ କାଟି ଚୋରି କରିଥିବା ଏକ ଗ୍ୟାଙ୍ଗକୁ ଧରିବାରେ…
ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା – ୮ଜଣଙ୍କ ଆତ୍ମସମର୍ପଣ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାକରସିଙ୍ଗା ଗାଁର ଶ୍ରୀଧର ଦେହୁରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୂର୍ଣ୍ଣଛେଦ ପଡିଛି । ମଙ୍ଗଳବାର ଏହି…