ମୁଖ୍ୟ ଖବର ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ Angul OnlineMarch 16, 2022March 16, 2022 ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର ନିର୍ବାଚନ ଥିବା ବେଳେ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କରାଯାଉଛି । ଆଜି ଅନୁଗୁଳ ଜିଲ୍ଲା ବିଜେଡ଼ିରୁ ପୁଣି ଦୁଇ ଜଣଙ୍କୁ ଦଳର ସୁପ୍ରିମୋ ନିଲମ୍ବନ କରିଛନ୍ତି । ଏବେଠାରୁ ନସୁଧୁରିଲେ, ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ତାଲିକା ଲମ୍ବିବ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ କାମ ପାଇଁ ଛେଣ୍ଡିପଦାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ କ୍ଷୀରୋଦ ବାଘାରଙ୍କୁ ଦଳରୁ ନିଲମ୍ବନ କରା ଯାଇଥିଲା । ଆଜି ପୁଣି ଆଠମଲ୍ଲିକ ଅଞ୍ଚଳର ସନ୍ତୋଷ ହୋତା ଓ ତାଙ୍କ ପତ୍ନୀ ନୀହାର ହୋତାଙ୍କୁ ନିଲମ୍ବନ କରା ଯାଇଛି । ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ତରଫରୁ ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି । Advertisement
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…
ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ…
ବ୍ରାଉନସୁଗାର ଜବତ – ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଆଉ ଏହି…