ଅପରାଧମୁଖ୍ୟ ଖବର ଭିଜିଲାନ୍ସ ଜାଲରେ ଆର ଆଇ Angul OnlineMarch 17, 2022March 17, 2022 ଅନୁଗୁଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ ଆରଆଇ ବାବୁ ଧରା ପଡିଛନ୍ତି । ବାବୁ ଜଣଙ୍କ ହେଲେ ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା ଆର ଆଇ ଜଗବନ୍ଧୁ ନାଏକ । ସୂଚନା ଅନୁସାରେ ବନ୍ତଳା ଅଞ୍ଚଳର ସୁବାଷ ସାହୁ ଜମି ପଟ୍ଟା କରିବାକୁ ଆର ଆଇ ଜଗବନ୍ଧୁ ନାଏକଙ୍କ ପାଖକୁ ଯାଇଥିଲେ । ଆର ଆଇ ଲାଞ୍ଚ ମାଗିବାରୁ ସୁବାଷ ଅନୁଗୁଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ମଧ୍ୟାହ୍ନ ସମୟରେ ଆର ଆଇ ସୁବାଷଙ୍କ ପାଖରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ଆର ଆଇ ଏହି ଟଙ୍କାକୁ ଜଣେ ସ୍ଥାନୀୟ ଲୋକ ନପନ ସାହୁଙ୍କ ମାଧ୍ୟମରେ ଅଭିଯୋଗ କାରୀ ସୁବାଷ ପାଖରୁ ଆଣିବାକୁ କହିଥିଲେ । ଘଟଣା ସ୍ଥଳରେ ନପନକୁ ମଧ୍ୟ ଭିଜିଲାନ୍ସ କାବୁ କରିଥିଲା । Advertisement
ଚୋରି କରିନେଲେ ବଲେରୋ – ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିବା ବେଳେ ଉଦ୍ଧାର କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହିଠାରୁ ୩ ତାରିଖ ରାତିରେ ଚୋରି ହୋଇଥିବା ଏକ ବଲେରୋ ଗାଡିକୁ ଠାବ କରିଛି…
ଗାଁ ସଭାପତି ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼କ୍ଷେତା ଗ୍ରାମର ତିନି ବର୍ଷ ତଳେ ଗାଁ ସଭାପତିଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ରାୟ ମଙ୍ଗଳବାର ଅତିରିକ୍ତ…
ସାଙ୍ଗ ଭଉଣୀଙ୍କୁ ଅପହରଣ ଓ ଦୁଷ୍କର୍ମକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ…