ଅପରାଧ ଚାନ୍ଦା ମାଗି ତିନି ଯୁବକ ଗିରଫ Angul OnlineMarch 21, 2022March 21, 2022 ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ ମାନେ ହେଲେ ଅନୁଗୁଳ ଜିଲ୍ଲା ଭୋଗବେରେଣି ଗ୍ରାମର କିରଣ ନାଏକ, ପ୍ରକାଶ ନାଏକ, ଏକାଦୁସିଆ ନାଏକ ବୋଲି ପୁଲିସ ପକ୍ଷରୁ ଜଣା ପଡିଛି । ସୂଚନା ଅନୁସାରେ ଭୋଗବେରେଣି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଏହି ତିନି ଯୁବକ ଯାଇ ଚାନ୍ଦା ମାଗିବା ସହିତ ମାଡପିଟ କରିଥିଲେ । ଏପରିକି ଦେଶୀ ମଦ ଭାଟିର ଜଣେ କର୍ମଚାରୀଙ୍କ ମୁଣ୍ଡ ଫଟେଇ ଦେଇଥିବା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ୩୪୧/୩୨୩/୨୯୪/୩୦୭/୩୮୭/୪୨୭/୫୦୬/୩୪ ଆଇପିସିରେ ଗିରଫ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । Advertisement
୬ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଛଡାଉ କରି ୬୦ ଗ୍ରାମ…
୪୧ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା…
ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ସ୍କୁଲରୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୁଳ…