ଅପରାଧମୁଖ୍ୟ ଖବର ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ Angul OnlineMarch 22, 2022March 22, 2022 adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି ଏକ କାରରେ ଚାଲାଣ ହେଉଥିବା ୧ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ କିଶୋରନଗରସ୍ଥିତ ବଙ୍କାପଳସା ଗ୍ରାମର ସୁଶାନ୍ତ କୁମାର ସାହୁ ଓ ସଞ୍ଜାମୁରା ଗ୍ରାମର ଯୁଗଳ ସାହୁଙ୍କୁ ଗିରଫ କରାଯାଇଛି । ଅନ୍ୟ ୨ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି । ସୁଶାନ୍ତ ଏଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କ୍ଳକ/କ୍ୟାସିୟର ଥିବା ଜଣା ପଡିଛି । ଗଞ୍ଜେଇ ଚାଲାଣ ହେଉଥିବା କାରରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ , ସୁଶାନ୍ତ କିଛିବର୍ଷ ହେବ ଗଞ୍ଜେଇ ବ୍ୟବସାୟ କରୁଥିବାବେଳେ ଏକ କାର ଯୋଗେ ସହଯୋଗୀଙ୍କ ସହ ଗଞ୍ଜେଇ ଜିଲ୍ଲା ବାହାରକୁ ଚାଲାଣ କରୁଥିଲେ । Advertisement
ଯୁବକଙ୍କୁ ପଥରରେ ଛେଚି ହତ୍ଯା ଅଭିଯୋଗ ତାଳଚେର – ତାଳଚେର ଡେରା ପାଣିହାଟିଙ୍ଗ ନିକଟରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ପରେ ରେଳ ଧାରଣା କଡ଼ରେ ଥିବା ଡ୍ରେନକୁ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା…
ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା…
ଅଭିନବ ଢଙ୍ଗରେ ୧୨୦ ଟି ଅଣ୍ଡା ପେଟି ଚୋରି – ଦେବଗଡରୁ ଅଣ୍ଡା ଉଦ୍ଧାର , ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରୁ ଅଭିନବ ଉପାୟରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଣ୍ଡା । ଏହି ଲୁଟ ଅଭିଯୋଗରେ ପୋଲିସ cctv…