ମୁଖ୍ୟ ଖବର ଜଳିଗଲା ସ୍କୁଲ ବସ Angul OnlineMarch 22, 2022March 22, 2022 adv- ଅନୁଗୁଳ – ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜର ବସ୍ରେ ସର୍ଟ ସର୍କିଟ୍ ଯୋଗୁଁ ଦୁଇଟି ବସରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଗୋଟିଏ ବସ ସଂପୂର୍ଣ୍ଣ ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅନୁସାରେ , ଆଦର୍ଶ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ୍ରେ ବସ ଗୁଡିକ ଛିଡା ହୋଇଥିବା ବେଳେ ହଠାତ୍ ଗୋଟିଏ ବସ୍ ଜଳିବାକୁ ଲାଗିଥିଲା । କଲେଜ କର୍ମଚାରୀ ମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ବେଳେ ଅନ୍ୟ ଏକ ବସକୁ ମଧ୍ୟ ନିଆଁ ଧରି ଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁଇଟି ଯାକ ବସ୍ରେ ନିଆଁ ଲାଗିଥିବାବେଳେ ନିଆଁ ଆୟତ୍ତ କରିବାକୁ ସମୟ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ବସ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟ ବସ ଅର୍ଦ୍ଧାଧିକ ଅଂଶ ଜଳିଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଆଗ୍ନିକ ପରୀକ୍ଷିତ ପ୍ରଧାନ, ରଶ୍ମି ରଞ୍ଜନ ଲେଙ୍କା, ରବୀନ୍ଦ୍ର କୁମାର ନାୟକ, ରଞ୍ଜିତ ରାଉତ, ରଶ୍ମିକାନ୍ତ ବରାଳ, କିଷନ ମିଶ୍ର, ସୁବୋଧ ପ୍ରଧାନ ପ୍ରମୁଖ ନିଆଁ ଲିଭାରେ ସହଯୋଗ କରିଥିଲେ । ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । Advertisement
ମାଛ ମାରିବା ହେଲା କାଳ – ଛିଣ୍ଡିଲା ଦୁଇ ହାତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପାଇକସାହି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବା ବେଳ ଜଣେ ବ୍ୟକ୍ତିଙ୍କର ଦୁଇ…
ସିଲ ହେଲା ଦୁଇ ପ୍ରମୁଖ ରାସନ ଦୋକାନ – ୨୦ ହଜାର ଟଙ୍କା ଆଦାୟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏବେ ବି ଜିଲ୍ଲାରେ ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ଚାଲୁ ରହିଛି ।…
ବିଶୃଙ୍ଖଳିତ ଆଚରଣ ଦର୍ଶାଇ ଓକିଲଙ୍କୁ ସଂଘରୁ ନିଲମ୍ବନ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ଓକିଲ ସଂଘରୁ ନିଲମ୍ବନ କରା ଯାଇଛି । ଓକିଲ ସଂଘ ବିରୋଧୀ ଓ ବିଶୃଙ୍ଖଳିତ କାର୍ଯ୍ୟ…