ଆଞ୍ଚଳିକ ରାଷ୍ଟ୍ରୀୟ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି Angul OnlineMarch 31, 2022March 31, 2022 ଅନୁଗୁଳ – ଅନୁଗୁଳ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଆସନ୍ତା ୨ ତାରିଖ ଚୈତ୍ରଶୁକ୍ଳ ପ୍ରତିପଦା ଦିନ ଭାରତୀୟ(ରାଷ୍ଟ୍ରୀୟ)ନବବର୍ଷ ପାଳିବାକୁ ଯାଉଛି । ପୂର୍ବାହ୍ନ ୫ ଘଟିକା ସମୟରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସୂର୍ଯ୍ୟ ପୂଜା ସହିତ ୧୦୮ ସାମୁହିକ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନବବର୍ଷକୁ ସ୍ବାଗତ କରାଯିବ । ଏଥିସହିତ ସାମୁହିକ ହନୁମାନ ଚାଳିଶା ପାଠ ଓ ବିଷ୍ଣୁସହସ୍ରନାମ ପାଠ ହେବ । ପରେ ପରେ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଧର୍ମସଭା ଜଗନ୍ନାଥ ମନ୍ଦିର ବେଦଭବନଠାରେ ଅନୁଷ୍ଠିତ ହେବ । ଏହି ଦିନ ପୂର୍ବ ଦିବସ ଠାରୁ ସମସ୍ତ ଭାରତୀୟ ନିଜ ନିଜ ଗୃହର ପ୍ରାଙ୍ଗଣ ଗୋମୟରେ ଲିପି ଝୋଟି ଚିତା ମୁରୁଜରେ ଚିତ୍ରିତ କରିବା ସହିତ ପୂର୍ଣ୍ଣ କୁମ୍ଭ ଆମ୍ବ ତୋରଣ କଦଳୀ ଗଛ ଇତ୍ୟାଦି ସ୍ଥାପନ ପୂର୍ବକ ସପରିବାର ନବବର୍ଷକୁ ସ୍ବାଗତ କରିବାକୁ ସମିତି ତରଫରୁ ଆହ୍ଵାନ ଦିଆଯାଇଛି । ଏନେଇ ପାଳନ ସମିତିର ଅଧ୍ୟକ୍ଷ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବେଦଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବିଭିନ୍ନ ସାମାଜିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନର ସଦସ୍ୟଙ୍କ ସମେତ ଆଦିତ୍ୟ ବାହିନୀ ପୀଠ ପରିଷଦର ରାଜ୍ୟ ସଚ୍ଚିବ ଡଃ ରୋହିତ କୁମାର ଦାଶ,ଆଦିତ୍ୟ ବାହିନୀ ଜିଲ୍ଲା ସମ୍ପାଦକ ଲଳିତ ମୋହନ ଦାଶଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । Advertisement
ଢମଣା ଗିଳିଥିବା ବେଳେ ୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର(ଭିଡିଓ) ଅନୁଗୁଳ – ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ । ଏପରି ଏକ ସାପ ଖାଇବାର ଘଟଣା…
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…
ଜଣେ ଲୋକ ଏକ ଘଣ୍ଟା ଅଟକାଇଲେ ଟ୍ରେନ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଦ୍ୱାରା ଜମି ହରା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ ଓ କମ୍ପାନୀରେ ନିଯୁକ୍ତି ଦାବି କରି ଆଜି ଜଣେ…