ଅପରାଧବାଣିଜ୍ୟମୁଖ୍ୟ ଖବର ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା Angul OnlineJanuary 14, 2021January 14, 2021 ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ ଚାଢାଉ କରିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ସୂଚନା ଅନୁସାରେ ସହରରେ ଗଢି ଉଠିଥିବା ସୁନାଗହଣା ଦୋକାନ ଗୁଡିକରେ କାହାର ବୈଧ ଲାଇସେନ୍ସ ନଥିବା ବେଳେ କାହାର ମାପ ଓ ଓଜନ ସଠିକ ରହୁ ନାହିଁ । ଆଉ କିଛି ଦୋକାନରେ ସୁନା , ରୂପା ଦରର ସାରଣୀ ରହୁ ନାହିଁ । ଏହା ସହ କେତେକ ଦୋକାନରେ ଗହଣାରେ ଲାଗିଥିବା ଟ୍ୟାଗର ଓଜନ ସହିତ ପ୍ରକୃତ ଓଜନ ମେଳ ଖାଉ ନାହିଁ । ଗରାଖ ମାନଙ୍କଠାରୁ ଏଭଳି ଅଭିଯୋଗ ପାଇ ଏନଫୋର୍ସମେଣ୍ଟ ସ୍କ୍ବାଡ ସହରର ୧୩ ଟି ଦୋକାନରେ ଚଢାଉ କରିଥିଲା । ଏହା ଭିତରୁ ୭ ଟି ଦୋକାନରେ ଅନିୟମିତତା ଧରା ପଡିଥିଲା । ଉକ୍ତ ୭ ଟି ଦୋକାନକୁ ନୋଟିସ ଦିଆଯିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । Advertisement
ଶଳା ଆକ୍ରମଣରେ ଭିଣୋଇ ମୃତ ଅଭିଯୋଗ, ଥାନାରେ ଦୁଇ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନାଉପଦା ଗାଁରେ ଶଳାର ଆକ୍ରମଣରେ ଭିଣୋଇଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଜରପଡ଼ା ଥାନା…
ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ…
ପଥରରେ ଛେଚି ମହିଳାଙ୍କୁ ହତ୍ୟା – ବୋହୁ, ସମୁଦୁଣି ଅଟକ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ରହୁଥିବା ଏକ ଭଡା ଘରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର…