ଅପରାଧବାଣିଜ୍ୟମୁଖ୍ୟ ଖବର ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା Angul OnlineJanuary 14, 2021January 14, 2021 ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ ଚାଢାଉ କରିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି । ସୂଚନା ଅନୁସାରେ ସହରରେ ଗଢି ଉଠିଥିବା ସୁନାଗହଣା ଦୋକାନ ଗୁଡିକରେ କାହାର ବୈଧ ଲାଇସେନ୍ସ ନଥିବା ବେଳେ କାହାର ମାପ ଓ ଓଜନ ସଠିକ ରହୁ ନାହିଁ । ଆଉ କିଛି ଦୋକାନରେ ସୁନା , ରୂପା ଦରର ସାରଣୀ ରହୁ ନାହିଁ । ଏହା ସହ କେତେକ ଦୋକାନରେ ଗହଣାରେ ଲାଗିଥିବା ଟ୍ୟାଗର ଓଜନ ସହିତ ପ୍ରକୃତ ଓଜନ ମେଳ ଖାଉ ନାହିଁ । ଗରାଖ ମାନଙ୍କଠାରୁ ଏଭଳି ଅଭିଯୋଗ ପାଇ ଏନଫୋର୍ସମେଣ୍ଟ ସ୍କ୍ବାଡ ସହରର ୧୩ ଟି ଦୋକାନରେ ଚଢାଉ କରିଥିଲା । ଏହା ଭିତରୁ ୭ ଟି ଦୋକାନରେ ଅନିୟମିତତା ଧରା ପଡିଥିଲା । ଉକ୍ତ ୭ ଟି ଦୋକାନକୁ ନୋଟିସ ଦିଆଯିବା ସହ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । Advertisement
ଲୁହା ପଥର ଗୁଣ୍ଡ ଚୋରା ଚାଲାଣ – ୬ ଗିରଫ ,୩ ଟ୍ରକ ଜବତ ପାଲଲହଡା – ବହୁ ଦିନରୁ ବନ୍ଦ ପଡିଥିବା ଲୁହାପଥର କ୍ରସରରୁ ରାତି ଅଧିଆ ଲୁହାପଥର ଗୁଣ୍ଡ ଚୋରା ଚାଲାଣ କରିବା ବେଳେ ପୁଲିସ ଚଢ଼ାଉ କରି ୬…
ଅମାନିଆଙ୍କ ଠାରୁ ଆଦାୟ ହେଲାଣି ୭୬ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବା ବେଲେ ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଓ ସପ୍ତାହନ୍ତ…
ସାଇ ମନ୍ଦିର ନିକଟରୁ ବ୍ରାଉନସୁଗାର ସହ ଦମ୍ପତ୍ତି ଗିରଫ ଅନୁଗୁଳ – ଜିଲ୍ଲାରେ ନିଶା କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଥିବା ବେଳେ ଅନୁଗୁଳ ଜିଲ୍ଲା ଏସ୍.ପି. ରାହୁଲ ଜୈନ ଏହି କାରବାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ…