ମୁଖ୍ୟ ଖବର ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର Angul OnlineApril 5, 2022April 5, 2022 ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ତାଳଚେର ସନ୍ଥପଡା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି । ସୂଚନା ଅନୁସାରେ ଉଭୟ ସ୍ଵାମୀ-ସ୍ତ୍ରୀ ଶୋଇଥିବା ବେଳେ ଏକ ଦନ୍ତା ହାତୀ ବିଳମ୍ବିତ ରାତିରେ ଆକ୍ରମଣ କରିଥିଲା । ଫଳରେ ସ୍ତ୍ରୀ କାଞ୍ଚନ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀ ମୁକୁନ୍ଦ ମୁଣ୍ଡାଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ପଟରୁ ବ୍ରାହ୍ମଣୀ ନଦୀ ପାର ହୋଇ ଏକ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ସନ୍ଥପଡା ଆସିଥିଲେ । ହାତୀ ପଲରୁ ଏକ ଦନ୍ତା ହାତୀ ଘର ଭିତରେ ଶୋଇଥିବା ଦମ୍ପତ୍ତିଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ତାଳଚେର ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହାତୀ ପଲଟି ନଦୀ ପାର ହୋଇ ପୁଣି ଢେଙ୍କାନାଳ ଜିଲ୍ଲାକୁ ଚାଲି ଯାଇଥିବା ସୂଚନା ରହିଛି । ବାରମ୍ବାର ହାତୀପଲ ରାତିରେ ଗାଁମୁହାଁ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । Advertisement
ଯୁବକଙ୍କ ଉନ୍ମତ କାଣ୍ଡ – ମହିଳା ପୋଲିସ ଏସ.ଆଇ.ଙ୍କ ମୁଣ୍ଡ ଫଟାଫ ଦେଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଚନ୍ଦନ ଯାତ୍ରାରେ ଯୁବକଙ୍କ ଉନ୍ମତ କାଣ୍ଡ l ଯୁବକଙ୍କ ମାଡ଼ରେ ଛେଣ୍ଡିପଦା ଥାନା ମହିଳା ପୁଲିସ ଏସଆଇ ଶୁଭଲଷ୍ମୀ ସିଂ…
୧ ତାରିଖରୁ ଚାଲିବ ମେମୁ ଟ୍ରେନ୍ – ଏସ୍.ୟୁ.ସି.ଆଇ ଦାବି ଆଗରେ ନଇଁଲା ରେଳ ବିଭାଗ ଅନୁଗୁଳ – ୧ ଜାନୁୟାରୀ ୨୦୨୨ ଠାରୁ ଅନୁଗୁଳ-ପୁରୀ ମେମୁ ଟ୍ରେନ ଅନୁଗୁଳରୁ ଚଳାଚଳ କରିବ । ସପ୍ତାହକୁ ତିନି ଦିନ ଦୁଇ ସପ୍ତାହ ଚାଲିବା ପରେ…
୧୮ ତାରିଖ ସ୍ୱାଧୀନତା ଦିବସ – ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟତ୍ରୀ ଅନୁଗୁଳ – ୧୮ ତାରିଖ ସ୍ୱାଧୀନତା ଦିବସ । ଏଭଳି ଲେଖି ନିମନ୍ତ୍ରଣ କଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି…