ଖେଳ ଓ ଖେଳାଳି ରାଜ୍ୟ ଆଥେଲେଟିକ ମିଟରେ ଅନୁଗୁଳକୁ ୧୧ ପଦକ Angul OnlineApril 13, 2022April 13, 2022 ଅନୁଗୁଳ – ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି । ଏହି ପ୍ରତିଯୋଗିତାରେ ଜିଲ୍ଲାକୁ ତିନୋଟି ସ୍ବର୍ଣ୍ଣ , ଚାରୋଟି ସିଲଭର , ଚାରୋଟି ବ୍ରୋଞ୍ଜ ମେଡାଲ ମିଳିଛି । ଗୋବିନ୍ଦ ପାଣ୍ଡେ ୨୦ବର୍ଷରୁ କମ ବିଭାଗ ଦଶ କିମି ଚାଲି, ପୂଜା ପରିଡ଼ା ଦଶ କିମି ଚାଲି , ପ୍ରିୟବ୍ରତ ପ୍ରଧାନ ୨୩ ବର୍ଷରୁ କମ ଜାଭେଲିନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଶୁଭମ୍ ଜ୍ୟୋତି ନାୟକ ୨୦କିମି ଚାଲି , ଆଶୁତୋଷ ସିଂହ ୫କିମି ଚାଲି , ପୂଜା ପରିଡ଼ା ୩ ହଜାର ମିଟର ଷ୍ଟିପଲ୍ ଚେଜ୍ ଓ ଯମୁନା ଛତରଙ୍କୁ ଡିସକସରେ ସିଲଭର ମେଡାଲ ମିଳିଛି । ସୁଦୀପ କୁମାର ସାହୁ ୧୦ କିମି ଚାଲି , ପ୍ରିନ୍ସ ସେଠୀ ୫ କିମି ଚାଲି , ବର୍ଷା ରାଣୀ ସାହୁ ୧୦କିମି ଚାଲି ଓ ୩ ହଜାର ମିଟର ଷ୍ଟିପୁଲ ଚେଜ୍ରେ ବ୍ରୋଞ୍ ମେଡାଲ ଜିତିଛନ୍ତି । ସମସ୍ତ ବିଜେତା ଖେଳାଳି ମାନେ ଭାବନେଶ୍ୱରୁ ଫେରିବା ପରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏଡିଏମ୍ ରଜନୀକାନ୍ତ ସ୍ୱାଇଁଙ୍କୁ ଭେଟିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଦଳର ମ୍ୟାନେଜର ନୀଳମଣି ଦାସ , ସହଯୋଗୀ ଭାବେ ଆଶିଷ ବେହେରା ଓ ଏଲିଜା ବେଥ ସାହୁ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ କରାଯିବ ବୋଲି କହିଥିଲେ । ଯୁବ ଖେଳାଳୀମାନଙ୍କ ଏଭଳି ସଫଳତାରେ ଜିଲ୍ଲାର କ୍ରୀଡ଼ାପ୍ରେମୀ ଏବଂ କ୍ରୀଡା ସଂଗଠକ ମାନେ ଖୁସି ପ୍ରକାଶ କରିବା ସହ ଭବିଷ୍ୟତ ଉଜ୍ଵଳ କାମନା କରିଛନ୍ତି । Advertisement
ଜିଲା ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ – ପ୍ରଶାସନ ଦଳ ବିଜୟୀ ଅନୁଗୁଳ – ଶନିବାର ଅନୁଗୁଳ ସାମ୍ବାଦିକ ଏକାଦଶ ଓ ଜିଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ୱ…
ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଠାରେ ଅନୁଷ୍ଠିତ ଏକ ଦିବାସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ ଭଲିବଲ କ୍ଲବ ଚମ୍ପିୟାନ ହୋଇଛି ।…
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…