ମୁଖ୍ୟ ଖବର ହାତୀ ଆକ୍ରମଣରେ ମହିଳା ମୃତ Angul OnlineApril 24, 2022April 24, 2022 ତାଳଚେର – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ହିଲୋଇ ଗାଁର ବଚନ ବେହେରା । ସୂଚନା ଅନୁସାରେ ବଚନ ଘରେ ଶୋଇଥିବା ବେଳେ ଏକ ହାତୀ ଗାଁରେ ପଶିବା ସହ ତାଙ୍କ ଘର ଭାଙ୍ଗି ଥିଲା । ହାତୀ ଦେଖି ବଚନ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅଵସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । Advertisement
ଆରଟିଓଙ୍କୁ ତିରିଶ ହଜାର ଟଙ୍କା ଜୋରିମନା ଅନୁଗୋଳ – ଗାଡି ଚାଳକ ତାଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସ୍ମାର୍ଟକାର୍ଡରେ କରିବାକୁ ଯାଇଥିବା ବେଳେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଏହାର ଅବଧି ସରି ଯାଇଥିବା କହିବା…
ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଲେ ଗ୍ରାମବାସୀ ଆଠମଲ୍ଲିକ – ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କଲେ…
ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମରାତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଗେଟରେ ତାଲା ପକାଇଥିଲବ…