ମୁଖ୍ୟ ଖବର ପାଞ୍ଚ ଦିନ ସ୍କୁଲ ଛୁଟି – ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା Angul OnlineApril 25, 2022April 25, 2022 ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କାଲି ଠାରୁ ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ରାଜ୍ୟରେ ଖରାର ମାତ୍ରା ବଢ଼ି ବଢ଼ି ଚାଲିଛି । ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ଏଭଳି ସ୍ଥିତିରେ ଛୋଟ ପିଲାମାନେ ସ୍କୁଲ ଆସିବାରେ ସମସ୍ୟା ହେଉଛି । ଏତେ ଗରମରେ ପିଲାମାନେ ସ୍କୁଲ ଆସିବା ବେଳେ ଅଂଶୁଘାତର ଭୟ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲକୁ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ୫ ଦିନ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କିଛି ପରିବର୍ତ୍ତନ କରାଯାଇନାହିଁ । ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାର ଘୋଷଣା କରିଥିଲେ ଯେ ଚଳିତବର୍ଷ ଜୁନ୍ ୧ ରୁ ୧୫ ଯାଏଁ ସ୍କୁଲ ଛୁଟି ରହିବ । କିନ୍ତୁ ଖରାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ବଦଳାଇଛନ୍ତି । ଏହି ନୂଆ ଘୋଷଣା ଅନୁସାରେ କାଲିଠୁ ୫ ଦିନ ଯାଏଁ ଅନୁଗୁଳ ସମେତ ସବୁ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ । Advertisement
ଦୁର୍ଘଟଣାରେ ଛାତ୍ର ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ…
ଗୋଟିଏ ପଟେ ଦନ୍ତା ନେଲା ଜୀବନ ଅନ୍ୟପଟେ ଦନ୍ତାର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ନରହନ୍ତା ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ନରହନ୍ତା ଦନ୍ତା ହାତୀ…
ହରିଣ ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ଗାଁର ତିନି ଜଣ ମୋଟରସାଇକେଲରେ ଦେବଗଡ଼ ଜିଲ୍ଲା ରେଙ୍ଗାଳିପାଲି ଗାଁକୁ ଯାଉଥିବା ବେଳେ ବାଗଡିଆ ଥାନା ସୀମାନ୍ତ…