ଅପରାଧ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineMay 8, 2022May 8, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିଚନ୍ଦନପୁର ଗ୍ରାମ ନିକଟସ୍ଥ ଥିବା ଜଙ୍ଗଲରୁ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କୁନ୍ତୁ ସାହୁଙ୍କ ପୁଅ ରାଜା ସାହୁ । ସୂଚନା ଅନୁସାରେ , ଆଜି କିଛି ଲୋକ ସେହି ବାଟ ଦେଇ ଯାଉଥିବା ବେଳେ ରାଜାଙ୍କ ମୃତ ଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ରାଜାଙ୍କ ପରିବାର ଲୋକେ ଆସି ଏହା ରାଜା ବୋଲି ଚିହ୍ନଟ କରିବା ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଗତ କାଲି ଦିନ ମଧ୍ୟାହ୍ନରୁ ରାଜାଙ୍କୁ ସେମାନେ ଖୋଜୁଛନ୍ତି କିନ୍ତୁ ପାଇନଥିଲେ । କିପରି ଆଉ କେଉଁ ପରିସ୍ଥିତିରେ ରାଜାଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । Advertisement
ଲଜ୍ୟା – ସ୍ତ୍ରୀ ସମ୍ମୁଖରେ ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ଅଭିଯୋଗ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ନିଜ ସ୍ତ୍ରୀ ସମ୍ମୁଖରେ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ନାବାଳିକା ଭଉଣୀକୁ…
ଟିଉସନ ଗଲା ବାଟରେ ନାବାଳିକା ଦୁଷ୍କର୍ମ ,ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…