ମୁଖ୍ୟ ଖବର ପୋଲ ତଳକୁ ଖସି ପଡିଲା ଟ୍ରକ – ଜଣେ ମୃତ Angul OnlineMay 23, 2022May 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବହ୍ଲର ଛକ ନିକଟରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରୁ ନାଳକୁ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ତାଳଚେରରୁ ଏହି କୋଇଲା ବୋଝେଇ ଟ୍ରକଟି ବଅଁରପାଳ ଆଡ଼କୁ ଯାଉଥିବା ସମୟରେ ବହ୍ଲର ଛକ ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇ ନାଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ପଥଚାରୀଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ତାଳଚେର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
କାର ଓଲଟି ଜଣେ ମୃତ – ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଇଓଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ…
ଗୋଟିଏ ଦିନରେ କରୋନା ନେଲା ୫ ଜୀବନ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ଏହି ଅଦୃଶ୍ୟ ଭୂତାଣୁ ୫ ଜଣଙ୍କ ଜୀବନ ନେଇଛି…
ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ (ଫଟୋ) ଅନୁଗୁଳ – ଦେଶ ମାତୃକାର ସେବା ପାଇଁ ପଣ କରିଥିଲେ । ସେଇ ପଣରେ ପ୍ରାଣ ବଳି ଦେଇଦେଲେ । ଶେଷରେ ଆଜି (ଶନିବାର) ଅପରାହ୍ନରେ ପଞ୍ଚଭୂତରେ…