ମୁଖ୍ୟ ଖବର ପୋଲ ତଳକୁ ଖସି ପଡିଲା ଟ୍ରକ – ଜଣେ ମୃତ Angul OnlineMay 23, 2022May 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବହ୍ଲର ଛକ ନିକଟରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରୁ ନାଳକୁ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ତାଳଚେରରୁ ଏହି କୋଇଲା ବୋଝେଇ ଟ୍ରକଟି ବଅଁରପାଳ ଆଡ଼କୁ ଯାଉଥିବା ସମୟରେ ବହ୍ଲର ଛକ ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇ ନାଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ପଥଚାରୀଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ତାଳଚେର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ – ବିଭୁତି ସଭାପତି , ଦିଲ୍ଲୀପ କାର୍ଯ୍ୟକାରୀ ସଭାପତି ଅନୁଗୁଳ – ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ୨୦୨୨-୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ଶପଥ ପାଠ ଉତ୍ସବ କଟକ ଜିଲ୍ଲା ଖୁଣ୍ଟୁଣୀ ଠାରେ…
ବେଆଇନ ଭାବେ ନିର୍ମାଣ ସପିଙ୍ଗ ମଲକୁ ସିଲ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଶଙ୍କର ସିନେମା ରୋଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ସପିଙ୍ଗ ମଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି ।…
ସ୍ବାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ – ରାତି ଅଧାରେ ମୋବାଇଲରେ ଗପିବାକୁ ବାରଣ କରିବାରୁ ଏଭଳି କାଣ୍ଡ ଭିଆଇଲା ସ୍ତ୍ରୀ ଅନୁଗୁଳ – ସ୍ତ୍ରୀକୁ ମୋବାଇଲରେ ଗପିବାକୁ ବାରଣ କରିବାରୁ ସ୍ୱାମୀକୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିବା ସହିତ ଗୁପ୍ତାଙ୍ଗ କାଟି ଦେଇଥିଲା ସ୍ତ୍ରୀ l ଏଭଳି…