ମୁଖ୍ୟ ଖବର କୋଇଲା ଚୋରା ଚାଲାଣ ଅଭିଯୋଗରେ କୋଟିପତି ହୋମଗାର୍ଡ ଗିରଫ Angul OnlineMay 26, 2022May 26, 2022 ଅନୁଗୁଳ – ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋମଗାର୍ଡ ଜଣଙ୍କ ହେଲେ ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁ । ତାଙ୍କ ଘର ନରସିଂହପୁର , ପାଇକପଡାପାଟଣା । ସୂଚନା ଅନୁସାରେ ଗତ ଏପ୍ରିଲ ମାସ ୮ ତାରିଖରେ ଏକ ଟ୍ରକରେ କୋଇଲା ଚୋରା ଚାଲାଣ ବେଳେ ଏକ ଟ୍ରକକୁ ନିଶା ଶିଳ୍ପାଞ୍ଚଳ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଏହି ଚୋରା ଚାଲାଣ ଅଭିଯୋଗରେ ପୁଲିସ ଡ୍ରାଇଭର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଟ୍ରକର ମାଲିକ ଧରା ପଡି ନଥିବା ବେଳେ ଗତକାଲି ପୁଲିସ ନରସିଂହପୁରରୁ ଟ୍ରକର ମାଲିକ ତଥା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦକୁ ଗିରଫ କରି ଅନୁଗୁଳ ଆଣିଥିଲା । ଆଉ ଆଜି ତାକୁ କୋର୍ଟ ଚାଲାଣ କରିଛି । ତେବେ ଏହି ହୋମ ଗାର୍ଡ ପ୍ରମୋଦର କୁଆଡେ ୪ ରୁ ୫ ଟି ଟ୍ରକ ଓ ୩ ଟି ଏସି ବସ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି । ଏଣୁ ସେ ଜଣେ କୋଟିପତି ହୋମଗାର୍ଡ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ପୁଲିସ ପାଖରେ ବିଶେଷ ସୂଚନା ନଥିବା ବେଳେ ଏ ନେଇ ତଦନ୍ତ କରା ଯାଉଛି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । Advertisement
ଢ଼ାବା ମାଲିକଙ୍କ ଝିଅ ବାହାଘର ଭୋଜି ଖାଇ ୩୦ ଅସୁସ୍ଥ ଅନୁଗୁଳ – ବାହାଘର ଭୋଜି ଖାଇ ୩୦ ରୁ ଅଧିକ ଆସୁସ୍ଥ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ମା ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ୧୦ ଲକ୍ଷ ଟଙ୍କା ସଂଗ୍ରହ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଛି । ମା ‘ ହିଙ୍ଗୁଳା…
କ୍ରେନ୍ ଚାପି ହୋଇ ଶ୍ରମିକ ମୃତ – କ୍ଷତିପୂରଣ ଦାବିରେ ଧାରଣା ନାଲକୋନଗର ଅନୁଗୁଳ ଜିଲ୍ଲା ନାଲକୋ ସିପିପି ପ୍ଲାଣ୍ଟରେ କ୍ରେନ୍ ଚାପି ଦେବାରୁ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆହତା ଗ୍ରାମର ୫୮…