ଅପରାଧଆଞ୍ଚଳିକ ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ Angul OnlineJanuary 17, 2021January 17, 2021 ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର କରିଛି । ଏହି ଚଢାଉ ବେଳେ ୫ରୁ ୬ ଜଣ ଗୋରୁ ଚାଲାଣକାରୀ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଗଡିଆ ଅଞ୍ଚଳ ଦେଇ କିଛି ଦିନ ହେବ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଏହି ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଚାଲାଣକାରୀ ମାନେ ଶତାଧିକ ଗୋରୁଙ୍କୁ ଚଲାଇ ଚଲାଇ ନେଉଥିବା ବେଳେ ପୋଲିସ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଥିଲା । ପୋଲିସର ଏହି ଚଢାଉ ବେଳେ ଚାଲାଣକାରୀମାନେ ଦଉଡି ପଳେଇ ଯାଇଥିଲେ । ପୋଲିସ ଉଦ୍ଧାର ଗୋରୁଙ୍କୁ ନୂଆଗାଁ ସିମାନ୍ତରେ ଥିବା ଗୋଶାଳାରେ ରଖିବା ପାଇଁ ବ୍ୟବସ୍ଥା କରାଇବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି ବୋଲି ପୋଲିସ ସୂଚନା ଦେଇଛି । Advertisement
ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି । ଲିଙ୍ଗରାଯୋଡ଼ି ଗ୍ରାମର…
ମନ୍ଦିର ହୁଣ୍ଡି ବୋହିନେଲେ ଚୋର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ର ବହୁ ପ୍ରତିଷ୍ଠିତ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବିଲମ୍ବିତ ରାତିରେ…
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…