ମୁଖ୍ୟ ଖବର ସମିତିସଭ୍ୟ ନିର୍ବାଚନରେ ଜସ୍ମିତାଙ୍କ ବାଜିମାତ Angul OnlineMay 28, 2022May 28, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତ ପାଇଁ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା ପ୍ରଧାନଙ୍କ ଠାରୁ ୯୯୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଗତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣର କିଛି ଦିନ ଆଗରୁ ପ୍ରାର୍ଥୀନୀ ନମିତା ନାଏକଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ଆଉ ଭୋଟ ଗ୍ରହଣ ହୋଇ ପାରି ନଥିବା ବେଳେ ଗତକାଲି ନିର୍ବାଚନ ହୋଇଥିଲା । ଏହି ପଞ୍ଚାୟତରେ ୩୫୪୦ ଜଣ ଭୋଟର ଥିବା ବେଳେ ୨୫୪୮ ପୋଲିଂ ହୋଇଥିଲା । ଆଜି ଗଣତି ବେଳେ ଜସ୍ମିତା ୧୭୫୨ ଖଣ୍ଡ ଭୋଟ ପାଇଥିବା ବେଳେ ରିନାଙ୍କୁ ମାତ୍ର ୭୫୩ ଖଣ୍ଡ ଭୋଟ ମିଳିଥିଲା । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଗୁଣ୍ଡାରାଜ – ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ଅନୁଗୋଳ – ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ସୁରକ୍ଷାକର୍ମୀଙ୍କ ମାଡ଼ । ଡାକ୍ତରଙ୍କୁ ଦେଖାଇବାକୁ ଧାଡିରେ ଛିଡା ହୋଇଥିବା ବେଳେ କ୍ରମିକ ନମ୍ବରରେ ଉପର ତଳ କରୁଥିବା ଅଭିଯୋଗ…
୨ ଜଣଙ୍କୁ କଚାଡି ମାରିଲା ହାତୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ…
ବିରଳ ପ୍ରଜାତିର ଶାଳିଆପତନି ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର ଶାଳିଆପତନି ଠାବ କରା ଯାଇଛି । ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ…