ମୁଖ୍ୟ ଖବର ଅଟୋକୁ ଧକ୍କା ଦେଲା ଟ୍ରକ – ୨ ମହିଳା ମୃତ Angul OnlineMay 30, 2022May 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥବା ଜଣା ପଡିଛି । ସୂଚନା ଅନୁସାରେ ଏକ ଅଟୋରେ ମହିଧରପୁରରୁ ୪ ଜଣ ଯାତ୍ରୀ ଦୁର୍ଗାପୁର ଆସୁଥିବା ସମୟରେ ଏକ ପିଆଜ ବୋଝେଇ ଟ୍ରକ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯାତ୍ରୀ ଓ ଚାଳକ ଆହତ ହୋଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ମୃତ ମହିଳା ମାନେ ହେଲେ ଦୁର୍ଗାପୁର ଗାଁର ମହିଳା କାନ୍ତି ସାହୁ ଓ ଜରପଡା ଗାଁର କୋକିଳ ସାହୁ । ଅନ୍ୟ ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । Advertisement
ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ , ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ ଅନୁଗୁଳ – ଅନୁଗୁଳରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଠାରୁ ଅନୁଗୁଳ ଜିଲ୍ଲା ଯୋଡିହୋଇଛି । ଆଜି…
ଛଅ ବର୍ଷରେ ଜାତୀୟ ରାଜପଥ ୫୫ରେ ଗଡ଼ିଲାଣି ୯୫୮ ମୁଣ୍ଡ – କେବେ ଚେତିବ ବିଭାଗ ଅନୁଗୋଳ -ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମରଣପଥ ପାଲଟିଛି । ଦୈନଦିନ ଏହି ରାଜପଥରେ ଦୁର୍ଘଟଣା ଯୋଗୁଁ ଜୀବନ ହାନୀ ହେଉଛି ।…
ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଅନୁଗୁଳ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରା ଯାଇଛି । ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ…