ଆଞ୍ଚଳିକମୁଖ୍ୟ ଖବର ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ Angul OnlineJanuary 17, 2021January 17, 2021 ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ ଏକ ପାଉଁଶ ବୋଝେଇ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନ୍ତର୍ଗତ ବାଉଁଶପାଳ ଗ୍ରାମର ନିର୍ମଳ ସାହୁଙ୍କ ପୁତ୍ର ଅନିଲ ସାହୁ । ସେ ନିଜ କୁଲାଡ଼ରେ ତାଙ୍କ ଭାଇଙ୍କୁ ଦେଖା କରି ସାରି ବଡକେରା ଶଶୁର ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ ୫୫ଜାତୀୟ ରାଜପଥ ଦେଇ ଅନଗୁଳରୁ ବଅଁରପାଳ ଅଭିମୁଖେ ଯାଉଥିବା ଏକ ପାଉଁଶ ବୋଝେଇ ହାଇୱା ଟ୍ରକ ଅନିଲ ଏକ କଳା ରଙ୍ଗର ପଲସର (ଗାଡି ଓଡି-୦୬ଜି-୦୬୯୫) ରେ ଯାଉଥିବା ବେଳେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅନିଲ ହାଇୱା ଗାଡିର ଚକା ତଳେ ପଡି ଯାଇଥିଲେ । ତାଙ୍କ ମୁଣ୍ଡରେ ଚକ ଚଢି ଯାଇଥିଲା । ଫଳରେ ହେଲମେଟ ପିନ୍ଧିଥିବା ସତ୍ବେ ଅନିଲ ମୁଣ୍ଡ କାପ୍ୟ ହୋଇଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳେ ହାଇୱା ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା ।…
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୩ ତମ କାର୍ଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଅନୁଗୁଳ ପୌରପାଳିକାର ପୌରାଧ୍ୟକ୍ଷ…
ମୋଟରସାଇକେଲ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୋଟରସାଇକେଲ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।…