ଆଞ୍ଚଳିକମୁଖ୍ୟ ଖବର ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ Angul OnlineJanuary 17, 2021January 17, 2021 ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ ଏକ ପାଉଁଶ ବୋଝେଇ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନ୍ତର୍ଗତ ବାଉଁଶପାଳ ଗ୍ରାମର ନିର୍ମଳ ସାହୁଙ୍କ ପୁତ୍ର ଅନିଲ ସାହୁ । ସେ ନିଜ କୁଲାଡ଼ରେ ତାଙ୍କ ଭାଇଙ୍କୁ ଦେଖା କରି ସାରି ବଡକେରା ଶଶୁର ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ ୫୫ଜାତୀୟ ରାଜପଥ ଦେଇ ଅନଗୁଳରୁ ବଅଁରପାଳ ଅଭିମୁଖେ ଯାଉଥିବା ଏକ ପାଉଁଶ ବୋଝେଇ ହାଇୱା ଟ୍ରକ ଅନିଲ ଏକ କଳା ରଙ୍ଗର ପଲସର (ଗାଡି ଓଡି-୦୬ଜି-୦୬୯୫) ରେ ଯାଉଥିବା ବେଳେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅନିଲ ହାଇୱା ଗାଡିର ଚକା ତଳେ ପଡି ଯାଇଥିଲେ । ତାଙ୍କ ମୁଣ୍ଡରେ ଚକ ଚଢି ଯାଇଥିଲା । ଫଳରେ ହେଲମେଟ ପିନ୍ଧିଥିବା ସତ୍ବେ ଅନିଲ ମୁଣ୍ଡ କାପ୍ୟ ହୋଇଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳେ ହାଇୱା ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
OPSC ପରୀକ୍ଷାରେ ଅନୁଗୁଳର ଛାତ୍ର ଆଗୁଆ ଅନୁଗୁଳ – ପ୍ରକାଶ ପାଇଲା OPSC ରେଜଲ୍ଟ । ଯେଉଁଥିରେ ତାଳଚେର କଙ୍କିଳି ଗ୍ରାମର ଶଶାଙ୍କ ଶେଖର ସାମଲ ୧୫୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।…
ଗ୍ରାମୀଣ ବାଳିକାଙ୍କୁ ସ୍ଵୟଂପ୍ରଭା ସମ୍ମାନ ପ୍ରଦାନ ଅନୁଗୁଳ – ରକ୍ତହୀନତାରୁ ସୁସ୍ଥ ହେବା ସହ ଶିକ୍ଷା ତଥା ଅନ୍ୟାନ୍ୟ ଅତିରିକ୍ତ ପାଠ୍ୟକ୍ରମ ଗତବିଧିରେ ସଫଳତାର ଏକ ଦୃଷ୍ଟାନ୍ତ ଭାବେ ପରିଚୟ ପାଇଥିବା ଦୁଇ ଜଣ…
କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଏକ ଘରୋଇ ନର୍ସିଙ୍ଗ ହୋମ ଆଗରେ ଥିବା କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ସେଠାରେ…